ଜାତୀୟ

ପୁଟିନଙ୍କ ଗସ୍ତ ପୂର୍ବରୁ ଭାରତ ସହିତ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିକୁ ଋଷର ମଞ୍ଜୁରୀ

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ନେଇ ଚର୍ଚ୍ଚା ଜୋର ଧରିଛି। ବ୍ଲାଦିମିର ପୁଟିନ୍ ଦୁଇ ଦିବସୀୟ ଯାତ୍ରାରେ ଗୁରୁବାର ଭାରତ ଆସୁଛନ୍ତି। କିନ୍ତୁ ପୁଟିନ ଆସିବା ପୂର୍ବରୁ ଋଷ ସଂସଦ ବା ଡୁମା ଭାରତ ସହ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତିକୁ ମଞ୍ଜୁରୀ ଦେଇଛି। ଏହି ପ୍ରତିରକ୍ଷା ଚୁକ୍ତି ଅନୁସାରେ, ଦୁଇ ଦେଶ ମିଳିତ ସମରାଭ୍ୟାସ ଏବଂ ମାନବୀୟ ସହାୟତା ପ୍ରଦାନ କରିପାରିବେ।

ଋଷ ସଂସଦର ନିମ୍ନ କକ୍ଷ ଷ୍ଟେଟ୍ ଡୁମା ଭାରତ ସହିତ ଗୁରୁତ୍ୱପୂର୍ଣ୍ଣ ସାମରିକ ଚୁକ୍ତିକୁ ମଞ୍ଜୁରୀ ଦେଇଛି। ଋଷ ଓ ଭାରତ ଭିତରେ ଏହି ଚୁକ୍ତି, ଯାହାକୁ ରେସିପ୍ରୋକଲ ଏକ୍ସଚେଞ୍ଜ ଅଫ୍ ଲଜିଷ୍ଟିକ୍ ସପୋର୍ଟ ବା ‘ରେଲୋସ୍’ କୁହାଯାଉଛି। ଚଳିତ ବର୍ଷ ୧୮ ଫେବୃଆରୀ ୨୦୨୫ ରେ ଏହି ଚୁକ୍ତି ସାକ୍ଷାର ହୋଇଥିଲା। ଋଷ ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁଷ୍ଟିନଙ୍କ ପକ୍ଷରୁ ରୁଷ ସଂସଦର ନିମ୍ନକକ୍ଷ ଡୁମାରେ ଆଗତ କରାଯଇଥିଲା। ଯାହାକୁ ଏବେ ଅନୁମୋଦନ ମିଳିଛି। ଏହି ପ୍ରତିରକ୍ଷା ଚୁକ୍ତି ଦୁଇ ଦେଶ ଭିତରେ ସାମରିକ ସହଯୋଗକୁ ମଜବୁତ କରିବ।

ରେଲୋସ୍’ ଚୁକ୍ତି ବିଶେଷ ଭାବରେ ଭାରତ ଓ ଋଷ ମିଳିତ ସମରାଭ୍ୟାସକୁ ଆହୁରି ମଜବୁତ କରିବ। ଋଷ ଦୁନିଆର ପ୍ରଥମ ଏଭଳି ଦେଶ, ଯାହା ଭାରତୀୟ ସ୍ଥଳସେନା, ବାୟୁସେନା ଓ ନୌସେନା ସହ ମିଳିତ ସମରାଭ୍ୟାସ କରିଥାଏ। ଏହାର ନାଁ ମଧ୍ୟ ‘ଇନ୍ଦ୍ରା’ ରହିଛି। ଭାରତ ସହ ‘ରେଲୋସ୍’ ପ୍ରତିରକ୍ଷା ଚୁକ୍ତିକୁ ନେଇ ଷ୍ଟେଟ୍ ଡ୍ୟୁମାର ଅଧ୍ୟକ୍ଷ ଭୟାଚେସ୍ଲାଭ ଭୋଲୋଡିନ୍ କହିଛନ୍ତି, ଭାରତ ସହ ଆମର ସମ୍ପର୍କ ରଣନୈତିକ ଓ ବ୍ୟାପକ ରୂପରେ ମଜବୁତ ରହିଛି। ଋଷ ଏବଂ ଭାରତ ମଧ୍ୟରେ ଏହି ଚୁକ୍ତିନାମାର ଲକ୍ଷ୍ୟ ହେଉଛି ପାରସ୍ପରିକ ସାମରିକ ଅଭ୍ୟାସ ଏବଂ ମାନବୀୟ ପ୍ରୟାସକୁ ସହଜ କରିବା। ‘ରେଲୋସ୍’ ଚୁକ୍ତିନାମା କେବଳ ସୈନ୍ୟ ଏବଂ ସାମରିକ ଉପକରଣ ମୁତୟନ ନୁହେଁ, ବରଂ ସେମାନଙ୍କର ଲଜିଷ୍ଟିକ୍ ବ୍ୟବସ୍ଥାକୁ ମଧ୍ୟ ନିୟନ୍ତ୍ରଣ କରିବ। ମିଳିତ ସାମରିକ ଅଭ୍ୟାସ, ତାଲିମ, ମାନବୀୟ ସହାୟତା, ବିପର୍ଯ୍ୟୟ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ପାଇଁ ବ୍ୟବହାର କରାଯିବ।

 

aduser

About Author

LOKA SAMACHAR @2026. All Rights Reserved || Developed By CBSPL