ଓଡ଼ିଶା

ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ୩ ସହଯୋଗୀଙ୍କ ନାଁରେ ବଡ଼ ଅଭିଯୋଗ ଆଣିଲେ ନିର୍ଦ୍ଦେଶକ

ଭୁବନେଶ୍ୱର,୨୬।୧୧: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ ନିର୍ଦ୍ଦେଶକ ଜିତୁ ରାଉତ। ହ୍ୟୁମାନଙ୍କ ୩ ସହଯୋଗୀଙ୍କ ନାଁରେ ନିର୍ଦ୍ଦେଶକ ଜିତୁ ରାଉତ ଅଭିଯୋଗ ଆଣିଛନ୍ତି। ୩ ସହଯୋଗୀଙ୍କ ଭୂମିକାକୁ ତଦନ୍ତ କରିବାକୁ ସେ ଅନୁରୋଧ କରିଛନ୍ତି।ହ୍ୟୁମାନଙ୍କ ଆର୍ଥିକ କାରବାର, ଚିକିତ୍ସା ଆଦି ସଂପର୍କରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।ହ୍ୟୁମାନ ରୋଜଗାର କରିଥିବା ଟଙ୍କା ହେରଫେର ହେଇଛି କହିଲେ ନିର୍ଦ୍ଦେଶକ। ମ୍ୟାନେଜର ଓ ପୂରା ଟିମ ବ୍ୟକ୍ତିଗତ ସ୍ବାର୍ଥ ହାସଲ କରିଛନ୍ତି।

କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ବିଭିନ୍ନ ଓଡ଼ିଆ ଚଳଚ୍ଚିତ୍ର, ସାଂସ୍କୃତିକ କାର୍ଯ୍ୟକ୍ରମରେ କଣ୍ଠଦାନ କରି ବ୍ୟାପକ ଅର୍ଥ ରୋଜଗାର କରିଥିଲେ। ହ୍ୟୁମାନଙ୍କ ଟିମରେ ଥିବା ମ୍ୟାନେଜର, ସହଯୋଗୀ ହ୍ୟୁମାନଙ୍କୁ ନେଇ ଷ୍ଟେଜ ପ୍ରୋଗ୍ରାମ କରାଇ ବ୍ୟାପକ ଅର୍ଥ ରୋଜଗାର କରିବା ସହ ଉକ୍ତ ଅର୍ଥକୁ ନିଜ ଅକ୍ତିଆରରେ ରଖୁଥିବା ବର୍ତ୍ତମାନ ଚର୍ଚ୍ଚା ହେଉଛି। କିନ୍ତୁ କିଛି ଦିନ ପୁର୍ବରୁ ହ୍ୟୁମାନଙ୍କ ଶରୀର ଅତି ଜଟିଳ ହେବା ସତ୍ତ୍ୱେ ଷ୍ଟେଜ ପ୍ରୋଗ୍ରାମ କରାଉଥିବା ଯୋଗୁଁ ହ୍ୟୁମାନ ଅତି ସିରିୟସ ହୋଇ ମେଡିକାଲରେ ଆଡମିଶନ ହୋଇଥିଲେ କିନ୍ତୁ ଏହି ମ୍ୟାନେଜରଙ୍କ ସହ ହ୍ୟୁମାନଙ୍କ ଟିମ ତାଙ୍କ ପରିବାର, ବନ୍ଧୁବର୍ଗ ଓ ସହଯୋଗୀଙ୍କୁ ଜଣାଉ ନ ଥିଲେ। ହ୍ୟୁମାନଙ୍କ ମ୍ୟାନେଜର ସମେତ ଟିମ ସଦସ୍ୟ ନିଜର ବ୍ୟକ୍ତିଗତ ସାର୍ଥ ହାସଲ କରିବା, ହ୍ୟୁମାନ ରୋଜଗାର କରିଥିବା ବ୍ୟାପକ ଅର୍ଥ ହେରଫେର କରିବା ସହ ହ୍ୟୁମାନଙ୍କୁ ମୃତ୍ୟୁ ମୂଖକୁ ଠେଲି ଦେଇଥିବା ଅଭିଯୋଗ ହେଉଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL