ଓଡ଼ିଶା

ଗୋଟିଏ ଜୁଇରେ ଜେଜେମା-ନାତି

ବଲାଙ୍ଗୀର : ନାତିର ମୃତ୍ୟୁ ଖବର ଶୁଣି ଜେଜେମା’ଙ୍କ ମୃତ୍ୟୁ। ଏକାସଙ୍ଗେ ଜଳିଲା ଦୁଇ ଜଣଙ୍କ ଚିତା। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ସଦର ଥାନା ଆର.ଆର. କଲୋନୀରେ । ମିଳିଥିବା ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟାରେ ସୁଧୀର ଖୁୱାସଙ୍କ ୧୭ ବର୍ଷର ପୁଅ ସୁମନ ଖୁୱାସଙ୍କ ପେଟ ବ୍ୟଥା ହେବାରୁ ତାକୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ପ୍ରାଥମିକ ଚିକିତ୍ସା ପରେ ସୁମନଙ୍କୁ ଘରକୁ ଆଣିଥିଲେ ପରିବାର ଲୋକେ ।

କିନ୍ତୁ ଆଜି ସକାଳୁ ପୁଣି ଥରେ ଅସୁସ୍ଥ ହେବାରୁ ସୁମନକୁ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ପରେ ସୁମନଙ୍କ ମୃତ୍ୟୁ ଖବର ଶୁଣିବା ପରେ, ଦୁଃଖରେ ମ୍ରିୟମାଣ ହୋଇ ଜୀବନ ହାରିଥିଲେ ୭୦ ବର୍ଷୀୟ ଜେଜେମା ପଦ୍ମିନୀ ଖୁୱାସ। ଗୋଟିଏ ଜୁଇରେ ନାତି ଓ ଜେଜେମା’ ଶୋଇଥିଲେ। ଏପରି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL