ଓଡ଼ିଶା

ଯୁବକଙ୍କୁ ପିଟି ପିଟି ମାରିଦେଲେ, ୨ ଅଟକ

ନୟାଗଡ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ଟାଉନ୍ ଥାନା ବୃନ୍ଦାବନପୁର ଗାଁରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତକ ପିଣ୍ଟୁ ମାଝୀ ବୋଲି ଜଣାପଡିଛି।

ଟାଉନ୍ ଥାନା ପୁଲିସ୍‌ ମୃତଦେହକୁ ଉଦ୍ଧାର କରି ଅଧିକ ଛାନଭିନ୍ ଆରମ୍ଭ କରିଛି। ଘଟଣାରେ ସମ୍ପୃକ୍ତ ଥିବା କିଛି ଅଭିଯୁକ୍ତ ଫେରାର୍‌ ଥିବାବେଳେ ପୁଲିସ୍‌ ଦୁଇ ଜଣଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି। ହତ୍ୟାକାଣ୍ଡରେ ୫ ଜଣ ସମ୍ପୃକ୍ତ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL