ଓଡ଼ିଶା

ଚିପ୍ସ ପ୍ୟାକେଟରେ ଥିବା ଖେଳନା ଗିଳି ଶିଶୁ ମୃତ

ବାଲିଗୁଡ଼ା: ଏମିତି ବି ଆସେ ମୃତ୍ୟୁ। ବାଲିଗୁଡା ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ଶିକରମାହା ଗାଁରେ ଅଭାବନୀୟ ଘଟଣା ଘଟିଛି। ଚିପ୍ସ ପ୍ୟାକେଟ ଭିତରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି ଜଣେ ୪ ବର୍ଷ ଶିଶୁର ମୃତ୍ୟୁ ଘଟିଛି। ମୃତକ ମୁସୁମାହା ପଡାର ରଞ୍ଜିତ ପ୍ରଧାନଙ୍କ ୪ ବର୍ଷର ଶିଶୁ ବିଗିଲ ପ୍ରଧାନ ବୋଲି ଜଣାପଡିଛି।
ସବୁଦିନ ଭଳି ବିଗିଲଙ୍କ ବାପା ଏକ ଚିପ୍ସ ପ୍ୟାକେଟ ପୁଅ ପାଇଁ ନେଇ ରଖିଥିଲେ। ବିଗିଲ ଉକ୍ତ ଚିପ୍ସ ପ୍ୟାକେଟରେ ଥିବା ଏକ ବନ୍ଧୁକ ଖେଳନାକୁ ଖେଳୁଥିବାବେଳେ ଅସାବଧାନତାରେ ଗିଳିଦେଇଥିଲେ। ତାହା ତାଙ୍କ ତଣ୍ଟିରେ ଅଟକିଯାଇଥିଲା । ସେ ନିଶ୍ୱାସ ପ୍ରଶ୍ୱାସ ନେବା ମୁସ୍କିଲ ହୋଇପଡ଼ିଥିଲା। ତାଙ୍କ ବାପା ଓ ମା’ ଅଟକିଯାଇଥିବା ଖେଳନାକୁ ବାହାର କରିବାକୁ ଉଦ୍ୟମ କରି ଶେଷରେ ଶିଶୁଟିକୁ ଗୁରୁତର ଅବସ୍ଥାରେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL