ଓଡ଼ିଶା

ଡିସେମ୍ବର ୧ରୁ ଘରୋଇ ବସ ଧର୍ମଘଟ !

କଟକ : ଡିସେମ୍ବର ୧ ତାରିଖରୁ ଘରୋଇ ବସ ଧର୍ମଘଟ ଚେତାବନୀ । ମୋଟର ଯାନ ଯାଞ୍ଚ୍ ପାଇଁ ପୁଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ ପ୍ରତିବାଦରେ ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ଡିସେମ୍ବର ୧ରୁ ରାଜ୍ୟବ୍ୟାପୀ ଧର୍ମଘଟ ଧମକ ଦେଇଛି। ୧୪ ହଜାର ଘରୋଇ ବସ୍ ଏହି ଆନ୍ଦୋଳନରେ ସାମିଲ ହେବେ। ପୁଲିସକୁ ଏମଭି କ୍ଷମତା ନ ଦେବାକୁ ବସ୍ ମାଲିକ ସଂଘ ଦାବି କରିଛି । ଏ ନେଇ ବସ୍‌ ମାଲିକ ସଂଘ ସରକାରଙ୍କୁ ଦାବିପତ୍ର ଦେବ ।

ଡିସେମ୍ବର ୧ରୁ ପୁଲିସ୍‌କୁ ଗାଡ଼ି ଚେକିଂ ପାଇଁ ଦିଆଯାଉଥିବା ଅଖଣ୍ଡ କ୍ଷମତାକୁ ଘରୋଇ ମାଲିକ ସଂଘ ବିରୋଧ କରୁଛି । ଏହି କ୍ଷମତା ବଳରେ ପୁଲିସ୍‌ ପୂର୍ବାପେକ୍ଷା କ୍ଷମତାଶାଳୀ ଓ ଅର୍ଥଶାଳୀ ହେବ । ମୋଟର ଭେଇକିଲ୍ ଆଇନର ବିଭିନ୍ନ ଦଫାରେ ପୁଲିସ୍‌ ଗାଡି ଯାଞ୍ଚ କରିବା ଓ ଗାଡି ଉପରେ ଜରିମାନା ଲଗାଇପାରିବ । ପୂର୍ବରୁ ଏହି ସମସ୍ତ କ୍ଷମତା କେବଳ ପରିବହନ ବିଭାଗ ବା ଆରଟିଓଙ୍କ ନିକଟରେ ସୀମିତ ଥିଲା । ଏବେ ଏହି କ୍ଷମତା ଓଡିଶା ପୁଲିସକୁ ହସ୍ତାନ୍ତର କରାଯାଉଥିବାରୁ ରାଜ୍ୟ ଘରୋଇ ବସ ମାଲିକ ସଂଘ ଓ ଅନ୍ୟାନ୍ୟ ଗାଡି ମାଲିକ ସଂଘ ଏହାକୁ ବିରୋଧ କରିଛି।

ସେପଟେ ଏହାକୁ ନେଇ ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି, ଏହି ପଦକ୍ଷେପ ବସ୍ ଅପରେଟରମାନଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି । କାରଣ ପୁଲିସକୁ ଅଧିକ କ୍ଷମତା ପ୍ରଦାନ କରାଯିବା ପାଇଁ ସରକାରୀ ଯୋଜନା ରହିଛି। ଏହା ହେଲେ ସେମାନେ ଆମକୁ ଅଯଥାରେ ହଇରାଣ କରିବା ସହିତ ବସ୍ ସେବାରେ ବାଧା ଉପୁଜିବାର ଆଶଙ୍କା ରହିଛି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL