ଚମ୍ପାରଣ: ପୂର୍ବ ଚମ୍ପାରଣର ସୁଗୈଲୀରେ ଏକ ମତଦାନ କେନ୍ଦ୍ରରେ ଭିଭିପାଟ୍ ସ୍ଲିପ୍ ମିଳିବାକୁ ନେଇ ହଙ୍ଗାମା ହୋଇଛି। ସୁଗୌଲୀରେ ନିମୁଇୟା ଓ୍ବାର୍ଡ ୧୨ରେ ମତଦାନ କେନ୍ଦ୍ର ସଂଖ୍ୟା ୨୧୯ରେ ନିର୍ବାଚନ ପରେ ବୁଧବାର ସକାଳେ ବିଦ୍ୟାଳୟ ସଫେଇ ସମୟରେ ଭିଭିପାଟ୍ ସ୍ଲିପ୍ ଜମିରେ ପଡିଥିବା ମିଳିଥିଲା। ସ୍ଲିପ୍ ମିଳିବା ପରେ ସ୍ଥାନୀୟ ଜନସାଧାରଣ ଭୋଟ୍ ଚୋରି ହୋଇଥିବା ନେଇ ହଙ୍ଗାମା କରିଥିଲେ। ସୂଚନା ପାଇ ଅନେକ ପାର୍ଟିର ପ୍ରାର୍ଥୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଠାରେ ସମୁଦାୟ ୧୦୨୪ ମତଦାତା ଅଛନ୍ତି, ଯେଉଁଥିରୁ ୪୮୬ ମହିଳା ଓ ୫୩୮ ପୁରୁଷ ମତଦାତା ଅଛନ୍ତି। ସୂଚନା ଅନୁସାରେ ବିଦ୍ୟାଳୟ ପରିସରରେ ୧୭୨ ସ୍ଲିପ୍ ମିଳିଛି। ତେବେ ଏହା ହୁଏତ ମକ୍ ପୋଲ୍ ସ୍ଲିପ୍ ହୋଇଥାଇପାରେ ବୋଲି କୁହାଯାଉଛି ଯାହାକୁ ପଦାଧିକାରୀ ବାହାର କରିଥାଇପାରନ୍ତି। ତେବେ ମାମଲାର ଯାଞ୍ଚ ଚାଲିଛି। ଯାଞ୍ଚ ପରେ ଏହା ସ୍ପଷ୍ଟ ହେବ।
You may also like
ଜାତୀୟ
୨୧ ତାରିଖରୁ ପୁଣି ଆରମ୍ଭ ହେବ ଗୁଆଙ୍ଗଜୋ-ନୂଆଦିଲ୍ଲୀ ମଧ୍ୟରେ ନିୟମିତ ବିମାନ ସେବା
- September 12, 2026
- 0 Comments
ଜାତୀୟ
ପିରାମିଡ୍ ବ୍ୟବସ୍ଥା’କୁ ବଦଳାଇ ‘ସମାନ ଭାଗିଦାରୀ ମଞ୍ଚ’ ଗଠନ କରିବାକୁ ଆହ୍ୱାନ: ବ୍ରିକ୍ସ ମଞ୍ଚରୁ ମୋଦୀଙ୍କ ୧୦ ସୂତ୍ରୀ ପ୍ରସ୍ତାବ
- September 12, 2026
- 0 Comments




