ଅନ୍ତର୍ଜାତୀୟ ଜାତୀୟ

ୟୁନୁସ୍‌ଙ୍କର ପର୍ଦ୍ଦାଫାସ୍ କଲେ ହସିନା: ବିଶ୍ବ ସମ୍ମୁଖରେ ଖୋଲିଲେ ମୁଖା

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ପ୍ରଶାସନକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଏବଂ ଆତଙ୍କବାଦୀ ସଂଗଠନ ସହିତ ଜଡ଼ିତ ଇସଲାମବାଦୀ ଗୋଷ୍ଠୀଗୁଡ଼ିକୁ ମୌଳବାଦୀ ଚିନ୍ତାଧାରା ପ୍ରସାର କରିବାରେ ସହାୟତା କରୁଥିବା ଅଭିଯୋଗ ହସିନା କରିଛନ୍ତି।
“ଦି ୱିକ୍” ପତ୍ରିକାରେ ପ୍ରକାଶିତ ଏକ ଲେଖାରେ ଆୱାମୀ ଲିଗ୍ ନେତା ହସିନା କହିଛନ୍ତି, ହିଜବୁତ୍-ତାହରିର ଭଳି ଆତଙ୍କବାଦୀ ଗୋଷ୍ଠୀ ଦେଶରେ ଦମନ ନୀତି ଚଳାଇଛନ୍ତି। ସେ କହିଛନ୍ତି, ଧାର୍ମିକ ସଂଖ୍ୟାଲଘୁ, ମହିଳା ଏବଂ ଆଦିବାସୀ ସମ୍ପ୍ରଦାୟ ଉପରେ ଆକ୍ରମଣ ବୃଦ୍ଧି ପାଇଛି।
ଶେଖ୍ ହସିନା କହିଛନ୍ତି,୨୦୧୬ ମସିହାରେ ହୋଲି ଆର୍ଟିସାନ୍ କାଫେ ଉପରେ ହୋଇଥିବା ଭୟଙ୍କର ଏବଂ ଘାତକ ଆକ୍ରମଣ ଭଳି ଘଟଣା ପାଇଁ ଦାୟୀ ଉଗ୍ରବାଦୀ ଶକ୍ତି ଦାୟୀ। ଅଗଷ୍ଟ ୨୦୨୪ରେ ହୋଇଥିବା ବିଦ୍ରୋହ ପରଠାରୁ ଭାରତରେ ରହୁଥିବା ଶେଖ୍ ହସିନା ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି,ଜନମତ ବିନା କୌଣସି ରାଷ୍ଟ୍ରମୁଖ୍ୟଙ୍କ ଅଧୀନରେ ପ୍ରକୃତ ଗଣତନ୍ତ୍ର ସମ୍ଭବ ନୁହେଁ।
ବାଂଲାଦେଶରେ ହତ୍ୟା, ଦୁଷ୍କର୍ମ, ଡକାୟତି, ପୋଡ଼ାଜଳା ଏବଂ ଚୋରି ଭଳି ଅପରାଧ ସାଧାରଣ ହୋଇଗଲାଣି। ଅପରାଧୀମାନଙ୍କ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଉ ନାହିଁ।
ୟୁନୁସ୍ ପ୍ରଶାସନରେ ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିଆନ ଏବଂ ଆଦିବାସୀ ସମ୍ପ୍ରଦାୟ ଉପରେ ଆକ୍ରମଣ ହେଉଛି। ମନ୍ଦିର, ଘର ଏବଂ ପୂଜାସ୍ଥଳ ବିନା କାରଣରେ ଧ୍ୱଂସ ହେଉଥିବାର ଖବର ପ୍ରତିଦିନ ଶୁଣିବାକୁ ମିଳୁଛି।
ଆୱାମୀ ଲିଗ୍ ଉପରେ ପ୍ରତିବନ୍ଧକ ଲଗାଇବା, ଲକ୍ଷ ଲକ୍ଷ ଲୋକଙ୍କୁ ଭୋଟ ଦେବାର ଅଧିକାରରୁ ବଞ୍ଚିତ କରିବା ଏବଂ ଏକଛତ୍ରବାଦୀ ଶାସନକୁ ବୈଧ କରିବା ପାଇଁ ଏକ ଅସାମ୍ବିଧାନିକ ସନନ୍ଦ କାର୍ଯ୍ୟକାରୀ କରିବାର ଅଭିଯୋଗ ସେ ୟୁନୁସ ପ୍ରଶାସନ ବିରୋଧରେ ଆଣିଛନ୍ତି।
ହସିନା କହିଛନ୍ତି , ଏକଦା ଧାର୍ମିକ ଏକତା ଏବଂ ଧର୍ମନିରପେକ୍ଷ ମୂଲ୍ୟବୋଧ ପାଇଁ ଜଣାଶୁଣା ବାଂଲାଦେଶରେ ଏବେ ପ୍ରତିଦିନ ଧାର୍ମିକ ସଂଖ୍ୟାଲଘୁ, ମହିଳା, ଝିଅ ଏବଂ ଆୱାମୀ ଲିଗ୍‌ର ସମର୍ଥକମାନଙ୍କ ଉପରେ ପ୍ରତିଦିନ ହିଂସା ହେଉଛି।
ଯେପର୍ଯ୍ୟନ୍ତ ଆମ ଦେଶରେ ଏପରି ଜଣେ ନେତାଙ୍କ ଦ୍ୱାରା ଶାସିତ ହେଉଛି, ଯାହାଙ୍କ ପାଖରେ କୌଣସି ଜନାଦେଶ ନାହିଁ, ଯିଏ ସବୁଠାରୁ ଲୋକପ୍ରିୟ ରାଜନୈତିକ ଦଳକୁ ନିଷିଦ୍ଧ କରିଛନ୍ତି, ଲକ୍ଷ ଲକ୍ଷ ନାଗରିକଙ୍କୁ ଭୋଟ ଦେବାର ଅଧିକାରରୁ ବଞ୍ଚିତ କରିଛନ୍ତି ଏବଂ ଏକ ଅସାମ୍ବିଧାନିକ ସନନ୍ଦ ଦେଇ ଆମ ସମ୍ବିଧାନକୁ ବିପଦରେ ପକାଇଛନ୍ତି, ସେପର୍ଯ୍ୟନ୍ତ ପ୍ରକୃତ ଗଣତନ୍ତ୍ର ସମ୍ଭବ ନୁହେଁ ବୋଲି ହସିନା କହିଛନ୍ତି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL