ଓଡ଼ିଶା

ଜି.ଉଦୟଗିରି ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା ସହର: ୧୧ ଡିଗ୍ରୀ ସେଲ୍‌ସିୟସ ରେକର୍ଡ

ଜି.ଉଦୟଗିରି : କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଦୈନନ୍ଦିନ ପାରଦ କମୁଥିବା ବେଳେ ଶୀତର ପ୍ରକୋପ ବଢ଼ୁଛି। ସ୍ଥାନୀୟ ପାଣିପାଗ ବିଭାଗର ସୂଚନାନୁସାରେ, ଶନିବାର ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା ୧୧ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରହିଥିଲା।

ଶୀତ ବଢ଼ୁଥିବା ବେଳେ ଶୀତବସ୍ତ୍ର କିଣିବା ପାଇଁ ବଜାରରେ ଭିଡ଼ ଦେଖିବାକୁ ମିଳୁଛି। କିଛିବର୍ଷ ହେବ ଜି.ଉଦୟଗିରିରେ ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା ସହ ଅତ୍ୟଧିକ ଥଣ୍ଡା ହେଉଥିବା ନଜିର ରହିଛି। ଚଳିତବର୍ଷ ମଧ୍ୟ ତୁଷାରପାତ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଜି.ଉଦୟଗିରିରେ ଶୀତର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି। କିନ୍ତୁ ଏଠାକାର ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ହୋଇ ନ ଥିବା ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଆଲୋଚନା ହେଉଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL