ଓଡ଼ିଶା

୨୫ଏକର ଜମିରେ ୨୫ହଜାର ଗଞ୍ଜେଇ ଗଛ ନଷ୍ଟ କଲା ରାଇକିଆ ପୁଲିସ

ରାଇକିଆ :  କନ୍ଧମାଳ ଜିଲ୍ଲା ରାଇକିଆ ପୁଲିସ ଓ ଅବକାରୀ ବିଭାଗ ଚଢ଼ାଉ କରି ସୁଗଡବାଡି ପଞ୍ଚାୟତ ର ନାଉଡ଼ିମାହା ନିକଟସ୍ଥ ଜଙ୍ଗଲରୁ ୨୫ ଏକର ଜମିରେ ଲଗାଯାଇଥିବା ବେଆଇନ ଗଞ୍ଜେଇ ଗଛ କାଟି ନଷ୍ଟ କରିଛି । ଶନିବାର ଏହି ଅଞ୍ଚଳରେ ଗଞ୍ଜେଇ ଚାଷ ହୋଇଥିବା ବିଶେଷ ଶୁତ୍ରରୁ ସୂଚନା ପାଇ ରାଇକିଆ ଥାନା ଅଧିକାରୀ ଆଶୁତୋଷ ପାଇକରାୟ ,ରାଇକିଆ ତହସିଲଦାର ବରିୟାଲ ମୁର୍ମୁ ଏବଂ ଜିଲ୍ଲା ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରି ୨୫୦୦୦ ଗଛ ଆଇଆରବି ଯବାନ ଙ୍କ ସହାୟତା ରେ ପୋଡ଼ି ନଷ୍ଟ କରିଥିଲେ ।  ଏ ନେଇ ରାଇକିଆ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ନଷ୍ଟ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୧ କୋଟି ହେବ ବୋଲି ଥାନା ଅଧିକାରୀ ଙ୍କ ଠାରୁ ସୂଚନା ମିଳିଛି ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL