ଓଡ଼ିଶା ଯାଜପୁର

ଯାଜପୁର ବିଜେଡିକୁ ଝଟକା; ଦଳ ଛାଡ଼ିଲେ ବରୀ ବ୍ଲକ୍ ଅଧ୍ୟକ୍ଷ

ଯାଜପୁର : ବିଜେଡିକୁ ବଡ଼ ଝଟକା। ଦଳ ଛାଡ଼ିଛନ୍ତି ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ଗେଡ଼ି । ତାଙ୍କୁ ସମର୍ଥନ କରୁଥିବା ବରୀର ଅନେକ ସରପଞ୍ଚ ଓ ସମିତି ସଭ୍ୟ ମଧ୍ୟ ବିଜେଡି ଛାଡ଼ିଥିବା ସେ କହିଛନ୍ତି। ସେ ବିଜେପିରେ ଯୋଗ ଦେବେ ବୋଲି କହିଛନ୍ତି।
ପୂର୍ବରୁ ମଧ୍ୟ ଅଶୋକ ଗେଡ଼ି ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ପରେ ବରୀ ବିଧାୟକ ତାଙ୍କୁ ବିଜେଡିକୁ ଫେରାଇ ନେଇଥିଲେ। କିନ୍ତୁ ସେ ପୁଣି ବିଜେଡି ଛାଡ଼ି ଥିବା ଜିଲ୍ଲା ସଭାପତିଙ୍କୁ ଜଣାଇଛନ୍ତି ।
ଅଶୋକ ଗେଡ଼ି କହିଛନ୍ତି- ବରୀର ବିକାଶ ପାଇଁ ମୁଁ ଏହି ନିଷ୍ପତ୍ତି ନେଇଛି। ବରୀର ବିକାଶ ପାଇଁ ଯାହା ବି କରିବାକୁ ପଡ଼ିବ, ତାହା କରିବାକୁ ମୁଁ ପ୍ରସ୍ତୁତ।
ସୂଚନାଯୋଗ୍ୟ, ନୂଆପଡ଼ା ଉପନିର୍ବାଚନ ପାଇଁ ରାଜନୀତିକ ଉଷ୍ମତା ମଧ୍ୟରେ ବିଜେଡି ଆଇଟି ସେଲ୍ ମୁଖ୍ୟ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ତିନି ଦିନ ତଳେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL