ଓଡ଼ିଶା

ବୁଡ଼ ପକାଇବାକୁ ଯାଇ ଭାସିଗଲେ ୨ ମହିଳା

ବ୍ରହ୍ମପୁର : ବୁଡ଼ ପକାଇବାକୁ ଯାଇଥିଲେ, ଶବ ହୋଇ ଫେରିଲେ। ନଦୀରେ ଭାସିଗଲେ ୨ ମହିଳା। ଦିଗପହଣ୍ଡି ଘୋଡ଼ାହାଡ଼ ନଦୀରେ ଭାସିଗଲେ ୨ ମହିଳା। ୫ କିଲୋମିଟର ଦୂରରେ ମିଳିଲା ମୃତଦେହ। ମୃତକ ଦୁଇ ଜଣ ଦିଗପହଣ୍ଡି ବ୍ଲକ ସେବକ ଟିକରପଡା ଗାଁର ଲତିଟା ପାଢ଼ୀ, ସବିତା ଗୌଡ଼। ଆଜି ଭୋରରୁ ନଦୀକୁ କାର୍ତ୍ତିକ ବୁଡ଼ ପକାଇବାକୁ ଯାଇଥିବାବେଳେ ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଏହି ଅଘଟଣ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL