କ୍ରୀଡା

‘ଫିଟ୍ ଇଣ୍ଡିଆ ସାଇକ୍ଲିଂ ଡ୍ରାଇଭ୍’କୁ ପତାକା ଦେଖାଇ ଶୁଭାରମ୍ଭ କଲେ ଡ. ମନସୁଖ ମାଣ୍ଡଭିୟ; ଭାରତର ୧୦୦୦ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜିତ

୧୭.୧୨.୨୦୨୪: ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମରେ ଆଜି ସକାଳେ ‘ଫିଟ୍ ଇଣ୍ଡିଆ ସାଇକ୍ଲିଂ ଡ୍ରାଇଭ୍’ର ଶୁଭାରମ୍ଭ ସହ ଫିଟ୍ ଇଣ୍ଡିଆ ଅଭିଯାନ ଏକ ସୁସ୍ଥ ଓ ସବୁଜ ଭାରତ ଦିଗରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରକ୍ଷା ନିଖିଲ ଖଡ଼ସେ, ମାନ୍ୟବର ସାଂସଦ ଶ୍ରୀ ତେଜସ୍ୱୀ ସୂର୍ଯ୍ୟଙ୍କ ସମେତ ପ୍ୟାରିସ୍ ପାରାଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା, ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ସ୍ୱର୍ଣ୍ଣ ପଦକ ବିଜେତା ସିମରନ ଶର୍ମାଙ୍କ ସମେତନିତୁ ଘାଙ୍ଗହାସ ଏବଂ ଏସୀୟ କ୍ରୀଡ଼ା ୨୦୨୨ କାଂସ୍ୟ ପଦକ ବିଜେତା ପ୍ରୀତି ପାୱାର ଏଲିଟ୍ ଆଥଲେଟମାନଙ୍କ ଉପସ୍ଥିତିରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ଓ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ଏହି କାର୍ଯ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ନ୍ୟାସନାଲ୍‌ ଷ୍ଟାଡିୟମରୁ ରାଇସିନା ହିଲ୍ସ ପର୍ଯ୍ୟନ୍ତ ୩ କିଲୋମିଟର ଯାତ୍ରା ପାଇଁ ପାଖାପାଖି ୫୦୦ ସାଇକେଲ ଉତ୍ସାହୀ ଯୋଗ ଦେଇଥିଲେ, ଯାହାର ଉଦ୍ଦେଶ୍ୟ ସାଇକେଲିଂକୁ ଏକ ସ୍ଥାୟୀ ଏବଂ ସୁସ୍ଥ ପରିବହନ ମାଧ୍ୟମ ଭାବରେ ପ୍ରୋତ୍ସାହିତ କରିବା ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ଦୋହରାଇ ଡକ୍ଟର ମାଣ୍ଡଭିୟ କହିଛନ୍ତି ଯେ, ୨୦୪୭ ରେ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବା ସମୟରେ ଆମକୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ପରିକଳ୍ପନାକୁ ବାସ୍ତବ ରୂପ ଦେବାକୁ ହେବ ଏବଂ ଏହା ପ୍ରାସଙ୍ଗିକ ଯେ ଆମେ ଏକ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ଫିଟ୍ ରାଷ୍ଟ୍ର ରେ ପରିଣତ ହେବା ଉଚିତ ।

ସାଇକେଲ ଚାଳନାର ଗୁରୁତ୍ୱ ଉପରେ ଆଲୋକପାତ କରି ସେ କହିଛନ୍ତି ଯେ ଆମେ ଏହି କାର୍ଯ୍ୟକ୍ରମକୁ ‘ଫିଟ୍ ଇଣ୍ଡିଆ ସାଇକେଲିଂ ମଙ୍ଗଳବାର’ ନାମରେ ଶୁଭାରମ୍ଭ କରିଛୁ କିନ୍ତୁ ସାଇକେଲ ପ୍ରେମୀଙ୍କ ସୁବିଧା ପାଇଁ ଏହା ବର୍ତ୍ତମାନ ରବିବାରରେ ଆୟୋଜନ କରାଯିବ ଏବଂ ବର୍ତ୍ତମାନ ଏହାକୁ ‘ସଣ୍ଡେ ଅନ ସାଇକେଲ’ କୁହାଯିବ । କେବଳ ନୂଆଦିଲ୍ଲୀ ନୁହେଁ, ଦେଶର ବିଭିନ୍ନ ସ୍ଥାନରେ ଡାକ୍ତର, ସାମ୍ବାଦିକ, ଶିକ୍ଷକ, କର୍ପୋରେଟ ପ୍ରଫେସନାଲ ଓ ଯୁବକମାନେ ରବିବାର ଏକ ଘଣ୍ଟା ଧରି ସାଇକେଲ ଯାତ୍ରା କରିବେ। ସାଇକେଲ ଚଲାଇବା ପରିବେଶକୁ ପ୍ରୋତ୍ସାହନ ଦେଇଥାଏ, ଏହା ପ୍ରଦୂଷଣର ସମାଧାନ ଏବଂ ସ୍ଥାୟୀତ୍ଵ ରେ ମଧ୍ୟ ଯୋଗଦାନ ଦେଇଥାଏ ।

ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ଫିଟ୍ ଇଣ୍ଡିଆ ଅଭିଯାନ ପକ୍ଷରୁ ସାଇକେଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ସିଏଫ୍ଆଇ), ମାଇଁ ଭାରତ ଏବଂ ବିଭିନ୍ନ କ୍ରୀଡ଼ା କର୍ତ୍ତୃପକ୍ଷଙ୍କ ସହଯୋଗରେ ଦେଶର ୧୦୦୦ରୁ ଅଧିକ ସ୍ଥାନରେ ଏକକାଳୀନ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଆଞ୍ଚଳିକ କେନ୍ଦ୍ର, ନ୍ୟାସନାଲ ସେଣ୍ଟର ଅଫ୍ ଏକ୍ସଲେନ୍ସ (ଏନସିଓଇ) ଏବଂ ଖେଲୋ ଇଣ୍ଡିଆ ସେଣ୍ଟର (କେଆଇସି)ରେ ଏକାସାଙ୍ଗରେ ଆୟୋଜିତ ଏହି ସାଇକେଲିଂ ପ୍ରତିଯୋଗିତାରେ ୫୦ ହଜାରରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ।

ଦେଶବ୍ୟାପୀ ସାଇକେଲିଂ ଅଭିଯାନରେ ଏନସିଓଇ ରୋହତକରେ ଦୁଇ ଥର ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ସୁମିତ ଆଣ୍ଟିଲ, ଏନସିଓଇ ଗାନ୍ଧୀନଗରରେ ପ୍ୟାରିସ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନବଦୀପ, ଭାରତୀୟ ମହିଳା ଦଳର ପୂର୍ବତନ ଅଧିନାୟିକା ରାଣୀ ରାମପାଲ, ଅଲିମ୍ପିଆନ୍ ସଟ୍ ପୁଟର ତଜିନ୍ଦରପାଲ ସିଂହ ତୁର ଏବଂ ଏନଏସଏନଆଇଏସ ପଟିଆଲାରେ ଜାଭେଲିନ୍ ଥ୍ରୋଅର୍ ଅନୁ ରାଣୀଙ୍କ ସମେତ ବହୁ ଜଣାଶୁଣା ଆଥଲେଟ୍ ସାମିଲ ହୋଇଥିଲେ।

ଶୁଭାରମ୍ଭ ଉତ୍ସବରେ ଯୁବକ ଓ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ। ୨୦୨୩ ବିଶ୍ୱ ଚାମ୍ପିୟନସିପ୍ ସ୍ୱର୍ଣ୍ଣ ପଦକ ବିଜେତା ନିତୁ ଘାଙ୍ଗହାସ କହିଛନ୍ତି ଯେ ଏହା ଉଭୟ ଯୁବ ଓ ବୟସ୍କମାନଙ୍କ ପାଇଁ ଫିଟ୍ ରହିବା ନିମନ୍ତେ ଏକ ପ୍ରମୁଖ ପ୍ଲାଟଫର୍ମ ଏବଂ ଭାରତକୁ ପ୍ରଦୂଷଣମୁକ୍ତ ରଖିବାରେ ମଧ୍ୟ ସହାୟକ ହେବ। ଯାତ୍ରା ସମୟରେ ମୁଁ ମାନ୍ୟବର କ୍ରୀଡ଼ା ମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରୁଥିଲି ଏବଂ ସେ ଦେଶର କ୍ରୀଡ଼ା ପାଇଁ ଯାହା କରୁଛନ୍ତି ସେଥିରୁ ମୁଁ ପ୍ରେରଣା ଲାଭ କଲି।

LSadmin

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL