ଭୁବନେଶ୍ୱର

ବିଶ୍ବ ଆଧୁନିକ ଶିକ୍ଷିତ ସମାଜ ଆଡ଼କୁ ଗତି କରୁଥିବା ବେଳେ,ମାନବ ଅଧିକାର କ୍ଷୁର୍ଣ୍ଣ ହେବାରେ ଲାଗିଛି।(ଜୟନ୍ତି କୁମାରୀ ସାହୁ ଙ୍କ ରିପୋର୍ଟ )

ଭୁବନେଶ୍ୱର, ଡ଼ିସେମ୍ବର ୧୨

ବିଶ୍ବ ଆଧୁନିକ ଶିକ୍ଷିତ ସମାଜ ଆଡ଼କୁ ଗତି କରୁଥିବା ବେଳେ,ମାନବ ଅଧିକାର ସୁରକ୍ଷା ସେତିକି କ୍ଷୁର୍ଣ୍ଣ ହେବାରେ ଲାଗିଛି।ଏଣୁ ଏ ଦିଗରେ ବିଭିନ୍ନ ଅନୁଷ୍ଠାନ ମାନେ ନିଶ୍ଵାର୍ଥ ସେବା ଯୋଗାଇଦେବା ଆବଶ୍ୟକ କର୍ପର୍ଟ ହାଉସ, ପୋଲିସ, ଅସାମାଜିକ ବ୍ୟକ୍ତି ଙ୍କ ଦ୍ଵାରା ବହୁ ସମୟରେ ନିରୀହ ନାଗରିକ ମାନେ ଶୋଷିତ, ନିର୍ଯ୍ୟାତିତ ହେଉଥିବା ବେଳେ ସରକାର, ସମ୍ବିଧାନ ତୁରନ୍ତ ନ୍ୟାୟ ଦେବା ବା ସମସ୍ୟାର ସମାଧାନ କରିବାରେ ଅହେତୁକ ବିଳମ୍ବ କରିବା ଯୋଗୁ , ନିର୍ଯ୍ୟାତିତ ମାନେ ବିଭିନ୍ନ ସମାଜସେବୀ ଅନୁଷ୍ଠାନ ଓ ଗଣ ମାଧ୍ୟମ ର ସାହୋଜଗ ନେଇଥାନ୍ତି।ଏଣୁ ସମାଜସେବୀ ଅନୁଷ୍ଠାନ ମାନେ ନିସ୍ୱାର୍ଥ ପର ଭାବେ ସେବା ଯୋଗାଇଦେବା ନିମନ୍ତେ ଭୁବେନଶ୍ୱର୍ ସ୍ଥିତ ବୁଦ୍ଧ ମନ୍ଦିର ସମ୍ମିଳନୀ ପ୍ରକୋଷ୍ଠ ରେ ବିଶ୍ବ ମାନବାଧିକାର ଦିବସ ପାଳନ ଅବସରରେ ବିଶିଷ୍ଟ ସମାଜସେବୀ ତଥା ଆନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ର ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବ କୁ ଉଦଘାଟନ କରି ଆହ୍ବାନ ଦେଇଥିଲେ।

ଅନ୍ତରରାଷ୍ଟ୍ରୀୟ ମାନବାଧିକାର ପରିଷଦ ର ସଭାପତି ଶ୍ରୀ ସନି ସାହା ସ୍ଵାଗତ ଭାଷଣ ଦେଇ ପ୍ରତିଷ୍ଠାନ ର କାର୍ଯ୍ୟ କଳପ ଉପରେ ଅବଗତ କରିବା ସହ ଜୀବନର ସୁଖ ଦୁଃଖ ସବୁପର୍ଯ୍ୟାୟରେ ଏହି ପରିଷଦ ଜନସାଧାରଣ ଙ୍କ ସହିତ ସବୁ ସମୟରେ ରହି ତାଙ୍କ ଅଧିକାର ପାଇବାରେ ସାହାଯ୍ୟ କରିବେ ବୋଲି ପୂର୍ଣ୍ଣ ପ୍ରତିଶ୍ରୁତି ଦେଇଥିଲେ l ପରିଷଦର ରାଜ୍ୟ ସଭାପତି ଶ୍ରୀ ସାଇ ପ୍ରସାଦ ପରିଡ଼ା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଶିଷ୍ଟ ଭାଷାବିତ ପଦ୍ମ ଶ୍ରୀ ଡ ଦେବୀପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଗଣତନ୍ତ୍ର ରାଷ୍ଟ୍ର ଗୁଡିକରେ ମାନବ ଅଧିକାର କ୍ଷୁର୍ଣ୍ଣ ଅତ୍ୟନ୍ତ କ୍ଷବର ବିଷୟ ମତବ୍ୟକ୍ତ କରିଥିଲେ।

ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ବିଜେପି ବରିଷ୍ଟ ସଦସ୍ୟ ଶ୍ରୀ ମହେଶ ମହାନ୍ତି, ଓ ଶ୍ରୀ ଜଗନ୍ନାଥ ପ୍ରଧାନ ଯୋଗ ଦେଇ ମାନବ ଅଧିକାର ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଶ୍ରୀମତି ସୋଭରାଣି ଙ୍କ ସଂଯୋଜନା ରେ ଡ ସରୋଜ ତରାଶିଂ ଓ ଇଷ୍ଟ ଜୋନ୍ ସଭାପତି ଶ୍ରୀ ବିଶ୍ୱନାଥ ନାହକ ସମ୍ମାନ ଅତିଥି ଭାବେ ମଞ୍ଚାସିନ ଥିଲେ , ରାଜ୍ୟ ଖାଦ୍ୟ ଅଧିକାରୀ ଶ୍ରୀ ବିଷ୍ଣୁ ନାହକ,ଅର୍ଗନାଇଜିଂ ସମ୍ପାଦକ ଶ୍ରୀ ରାମ ଚନ୍ଦ୍ର ଚର୍ଚି , ରାଜ୍ୟ ସହସମ୍ପାଦକ ଶ୍ରୀକାନ୍ତ ଚନ୍ଦ୍ର ସାବତ, ଶ୍ରୀ ମିହିର ବ୍ରହ୍ମା ,ଯୁବ ଉପ ସଭାପତି ଅଶୋକ ବେହେରା, କ୍ରାଇମ କଣ୍ଟ୍ରୋଲ ଅଫିସର ଶ୍ରୀ ଗୌତମ ନାହକପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ବହୁ କଳାକାର ଓ ସମାଜସେବୀ ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା

LSadmin

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL