ସମ୍ବଲପୁର ସମ୍ବଲପୁର ସାପ୍ତାହିକ

୧୦ ଦଫା ଦାବିପୂରଣ ପାଇଁ ୭ଦିନ ମହଲତ ନେଲା ବିରାଜ୍ ଷ୍ଟିଲ୍ : – ରେଙ୍ଗାଲି ତହସିଲ ରେ ତ୍ରିପାକ୍ଷିକ ବୈଠକ (ଡ଼ଃ ନିବେଦିତା ନାଥ )

ରେଙ୍ଗାଲି, ସମ୍ବଲପୁର, ଡ଼ିସେମ୍ବର 13

ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ଗୁରୁପାଲି ରେ ଥିବା ବିରାଜ୍ ଷ୍ଟିଲ୍ ଏଣ୍ଡ ଏନାର୍ଜି କାରଖାନା ଯୋଗୁଁ ଦେଖା ଦେଇଥିବା ପ୍ରଦୁଷଣ ସ୍ଥାନିୟ ନିଯୁକ୍ତି, ପାନିୟଜଳ ସମସ୍ୟା, ପାରିପାର୍ଶ୍ଵିକ ଉନ୍ନୟନ, ଆମ୍ବୁଲାନ୍ସ ଓ ସ୍ବାସ୍ଥ୍ୟସେବା ଆଦି ଜନସମସ୍ୟା ର ପ୍ରତିକାର ଦାବୀ ରେ ଏସଟି ଏସସି ବିକାଶ କମିଟି ନେତୃତ୍ବ ରେ ଅଞ୍ଚଳବାସୀ ଜିଲ୍ଲାପାଳ ଙ୍କ ଠାରେ ଦାବୀ କରିଥିଲେ।
ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରେ ଆଜି ରେଙ୍ଗାଲି ତହସିଲ ଅଫିସ ରେ ଜନସାଧାରଣ ଙ୍କ ୧୦ଦଫା ଦାବୀ ସମାଧାନ ପାଇଁ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥଲା। ଜନଦାବୀ ଉପରେ ଆଲୋଚନା ପର୍ଯ୍ୟାଲୋଚନା ହେଲା ପରେ ଦାବୀ ଗୁଡିକ ର ସମାଧାନ ପାଇଁ ଯଥାଶୀଘ୍ର ପଦକ୍ଷେପ ନିଆଯିବ ବୋଲି କମ୍ପାନୀ ଅଧିକାରୀ ମାନେ ପ୍ରତିଶ୍ରୁତି ଦେବା ସହିତ ଏଥିପାଇଁ ସାତ ଦିନ ସମୟ ନେଇଥିବା ଜଣା ପଡିଛି। ତ୍ରିପାକ୍ଷିକ ବୈଠକ ରେ ରେଙ୍ଗାଲି ତହସିଲଦାର ତକ୍ଷକରାଜ ଭିତିରିଆ,ଅତିରିକ୍ତ ତହସିଲଦାର ସୁଜିତ କୁମାର ଶତପଥୀ, ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ର ବୈଜ୍ଞାନିକ ଅଂଶୁମାନ କୁସୁମ ମିଞ୍ଜ ବିରାଜ୍ ଷ୍ଟିଲ୍ ପକ୍ଷରୁ ଜିଏମ୍ ଏଚ୍ ଆର୍ ତପନ ଦାସ, ଏଚ୍ ଆର୍ ମେନେଜର ବାଲାଜୀ ଶତପଥୀ ଏବଂ ସି ଆର୍ ରାଓ ଏବଂ ଗ୍ରାମବାସୀ ଙ୍କ ପ୍ରତିନିଧି ଅଂଶଗ୍ରହଣ କରିଥିଲେ।
ବେଆଇନ ପାଉଁଶ ପାହାଡ , ପ୍ରଦୁଷଣ, ରାଜ୍ୟ ରାଜପଥ ରେ ବେଆଇନ ପାର୍କିଂ। ସ୍ଥାନିୟ ନିଯୁକ୍ତି, ପାନିୟଜଳ ଯୋଗାଣ, ଆମ୍ବୁଲାନ୍ସ ଓ ସ୍ବାସ୍ଥ୍ୟ ସେବା ଆଦି ୧୦ ଦଫା ଦାବୀ ପୁରଣ ପାଇଁ ଜନସାଧାରଣ ଦାବୀ କରୁଛନ୍ତି। କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପୂରଣ ନହେଲେ ଆନ୍ଦୋଳନ କରାଯିବ ବୋଲି କମିଟି ର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି ।

LSadmin

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL