ଓଡ଼ିଶା ଜାତୀୟ ସାପ୍ତାହିକ

ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ସ୍ମାରକପତ୍ର ପ୍ରଦାନ

୯ ଫେବୃଆରୀକୁ ବନ୍ଧକ ଶ୍ରମିକ ଉଚ୍ଛେଦ ଦିବସ ଭାବରେ ପାଳନ କରିବାକୁ ସରକାରଙ୍କୁ ଅନୁରୋଧ
– ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ସ୍ମାରକପତ୍ର ପ୍ରଦାନ।

ଭୁବନେଶ୍ୱର, ୨୨ ଅଗଷ୍ଟ, ରାଜ୍ୟ ପଞ୍ଚାୟତିରାଜ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ରବିନାରାୟଣ ନାଏକ ଶୁକ୍ରବାର କହିଛନ୍ତି ଯେ ରାଜ୍ୟ ସରକାର ଫେବୃଆରୀ ୯ ତାରିଖକୁ ବନ୍ଧକ ଶ୍ରମିକ ଉଚ୍ଛେଦ ଦିବସ ଭାବରେ ଘୋଷଣା କରିବା ପାଇଁ ନାଗରିକ ସମାଜ ପ୍ରସ୍ତାବ ଉପରେ ବିଚାର କରିବେ କାରଣ ଏହି ଦିନଟି ଦେଶରେ ବନ୍ଧକ ଶ୍ରମିକ ପ୍ରଣାଳୀ (ଉଚ୍ଛେଦ) ଆଇନ, ୧୯୭୬ ପ୍ରଣୟନ ହୋଇଛି।

ଦାଦନ ଶ୍ରମିକ ଙ୍କ ପାଇଁ କାର୍ଯ୍ୟରତ ସାମାଜିକ ସଂଗଠନ ମାନଙ୍କର ମିଳିତ ମଞ୍ଚ (ସୁରକ୍ଷା) ରାଜ୍ୟ ସରକାରଙ୍କୁ ଅନ୍ୟ ରାଜ୍ୟଗୁଡ଼ିକର ଉଦାହରଣ ଦେଇ ଏକ ସ୍ମାରକପତ୍ର ପ୍ରଦାନ କରିଛି ଯେଉଁଠାରେ ସରକାରୀ ବିଜ୍ଞପ୍ତି ମାଧ୍ୟମରେ ସମ୍ପୃକ୍ତ ରାଜ୍ୟଗୁଡ଼ିକ ଦ୍ୱାରା ଏହି ଦିବସ ଘୋଷଣା କରାଯାଇଛି।

ମାନବ ଚାଲାଣ ଏବଂ ବନ୍ଧକ ଶ୍ରମିକ ସମ୍ପର୍କରେ ଏକ ରାଜ୍ୟସ୍ତରୀୟ ସଙ୍ଗୋଷ୍ଠି କୁ ସମ୍ବୋଧିତ କରି ଶ୍ରୀ ନାଏକ ଶ୍ରମ କାର୍ଡ, MGNRGA ର ପରିସର ଏବଂ ସ୍ଥାନୀୟ ଜୀବିକା ସୁଯୋଗକୁ ସୁଗମ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆତ୍ମନିର୍ଭରଶିଳ ଗ୍ରାମ ଓ ପଞ୍ଚାୟତ ଗଠନ ସରକାରଙ୍କର ଲକ୍ଷ୍ୟ ଯାହାକି ମାନବ ଚାଲାଣ ଓ ଦାଦନ ଶ୍ରମିକ ସମସ୍ୟା ର ସମାଧାନ ଉପରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିପାରିବ। ଯାହା ଦ୍ୱାରା ଗ୍ରାମ ପ୍ରତିଷ୍ଠାନଗୁଡ଼ିକୁ ଆର୍ଥିକ ବିକାଶ ଏବଂ ଜୀବିକା ସୁଯୋଗ ବିସ୍ତାର କରିବା ଦିଗରେ ସହାୟକ ହେବ। , ଏହି ପରିପ୍ରେକ୍ଷୀରେ ଏକ ସ୍ମାରକପତ୍ର ଷଷ୍ଠ ଅର୍ଥ କମିଶନଙ୍କୁ ସରକାରଙ୍କ ତରଫରୁ ପ୍ରଦାନ କରାଯାଇଛି ବୋଲି ଶ୍ରୀ ନାୟକ ସ୍ପଷ୍ଟ କରିଛନ୍ତି।

ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସରକାର ନୂଆପଡା ଭଳି କିଛି ଜିଲ୍ଲାକୁ ଦାଦନ ମୁକ୍ତ (ପ୍ରବାସନ ମୁକ୍ତ) ଜିଲ୍ଲା ଭାବରେ ଘୋଷଣା କରିବାକୁ କାର୍ଯ୍ୟ କରୁଛନ୍ତି।

ପ୍ରବାସ ଏବଂ ବନ୍ଧକ ଶ୍ରମିକ ସମସ୍ୟା ଉପରେ କାର୍ଯ୍ୟ କରୁଥିବା ଶହେରୁ ଅଧିକ ନାଗରିକ ସମାଜ ପ୍ରତିନିଧିଙ୍କ ଦ୍ୱାରା ଅନୁଷ୍ଠିତ ଏହି ଦିନିକିଆ ଆଲୋଚନା ଚକ୍ରରେ ଗୋତି ଶ୍ରମିକ ଚିହ୍ନଟ ଓ ତାର ଉଦ୍ଧାର ପ୍ରମାଣ ପତ୍ର ପ୍ରଦାନ ଓ ସ୍ତାୟୀ ଥଇଥାନ ଉପରେ ସରକାର ଏକ ବିସ୍ତୃତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇ ଅଛି।

ଏହି ଆଲୋଚନାରେ ବନ୍ଧକ ଶ୍ରମିକ ସମସ୍ୟାର ସମାଧାନ ପାଇଁ ଏକ ବ୍ୟାପକ ରାଜ୍ୟ କାର୍ଯ୍ୟ ଯୋଜନା ପ୍ରଣୟନ, ନିବାରଣ, ଚିହ୍ନଟ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉଦ୍ଧାର, ପୁନର୍ବାସ ଏବଂ ଚାଲାଣକାରୀ ଦଲାଲ ମାନଙ୍କୁ ଦଣ୍ଡବିଧାନ ପାଇଁ SOP, ବିକାଶ ଏବଂ କାର୍ଯ୍ୟାନ୍ୱୟନ, ଆନୁଷ୍ଠାନିକ ଘୋଷଣା ଏବଂ 9 ଫେବୃଆରୀକୁ ବନ୍ଧକ ଶ୍ରମିକ ଉଚ୍ଛେଦ ଦିବସ ଭାବରେ ରାଜ୍ୟବ୍ୟାପୀ ପାଳନ ପାଇଁ ସଂକଳ୍ପ ଗ୍ରହଣ କରାଯାଇଥିଲା।

ସୁରକ୍ଷା ର ଆବାହକ ତଥା ଉତ୍କଳ ସେବକ ସମାଜର ସମ୍ପାଦକ ଡ. ଅମିୟ ଭୂଷଣ ବିଶ୍ଵାଳ ଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଂଗୋଷ୍ଠି ରେ ବକ୍ତବ୍ୟ ରଖିଥିବା ଅତିଥିମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଶାସକ ଅରବିନ୍ଦ ବେହେରା, CYSD ସହ-ପ୍ରତିଷ୍ଠାତା ପ୍ରଫୁଲ୍ଲ କୁମାର ସାହୁ, ରାଜ୍ୟ ମାନବାଧିକାର କମିଶନ ସଦସ୍ୟ ଅସୀମ ଅମିତାଭ ଦାଶ, ANTODAYA ଅଧ୍ୟକ୍ଷ ଦିଲୀପ କୁମାର ଦାସ, ARUNA ର ସଚିବ ଲୋକନାଥ ମିଶ୍ର, ଫୋକସ ଓଡ଼ିଶା ଫାଉଣ୍ଡେସନ ର ନିର୍ଦେଶକ ସୁଦର୍ଶନ ଛୋଟରାୟ ଏବଂ CAW ଓ CW ଇନ୍ସପେକ୍ଟର ବନିତା ମହାରାଣା, ସାମାଜିକ କାର୍ଯ୍ୟକର୍ତ୍ତା ମନ୍ଦାକିନୀ ଜେମା, ଆଶିଷ ରାଜହଂସ, ଉଦୟନାଥ ବେହେରା, ସିଡବ୍ଲ୍ୟୁସି କଟକ, ଅଧକ୍ଷ ପ୍ରମୋଦ କିଶୋର ଆଚାର୍ଯ୍ୟ, ଆଇଜେଏମ୍ ରାଜ୍ୟ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଜୟନ୍ତ କୁମାର ନାଗ, ସରକାରୀ ସମ୍ପର୍କ ମୁଖ୍ୟ ବିକାଶ ରଂଜନ ପାତ୍ର, ଉତ୍କଳ ସେବକ ସମାଜର ନିର୍ଦେଶକ ଇଂ ଅନ୍ଵୟ ଅଭିନବ ପ୍ରମୁଖ ।

LSadmin

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL