ଓଡ଼ିଶା

ସର୍ଭିସ ବନ୍ଧୁକରୁ ନିଜ ଜୀବନ ନେଲେ କନେଷ୍ଟବଳ

ନୟାଗଡ : ନିଜ ସର୍ଭିସ ବନ୍ଧୁକରୁ ନିଜ ଜୀବନ ନେଲେ । ଗୁଳି ଫୁଟାଇ ନିଜକୁ ମାରିଲେ କନେଷ୍ଟବଳ । ନୟାଗଡ ପୋଲିସ ବାରାକରେ ଘଟିଛି ଅଘଟଣ। ମୃତକ ବାହାଡାଝୋଲା ଅଞ୍ଚଳର କନେଷ୍ଟବଳ ସୁନିଲ ସେଠୀ । କିଛିଦିନ ତଳେ ସୁନୀଲଙ୍କ ନିର୍ବନ୍ଧ ହୋଇଥିଲା। ଆଉ କିଛି ଦିନ ଯାଇଥିଲେ ହୋଇଥାନ୍ତା ବିବାହ। ହେଲେ ସୁନେଲି ସ୍ବପ୍ନ ସବୁ ପାଣି ଫୋଟକା ପରି ମିଳେଇଯାଇଥିଲା।

ଗତକାଲି ରାତିରେ ତାଙ୍କ ସହ ନିର୍ବନ୍ଧ ହୋଇଥିବା ଝିଅକୁ ଶେଷ ମେସେଜ କରିଥିଲେ । ଆଉ ସକାଲୁ ଛାତ ଉପରୁ ମିଳିଥିଲା ତାଙ୍କ ମୃତଦେହ । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ତାଙ୍କ ନିର୍ବନ୍ଧକୁ ପରିବାରଲୋକେ ବିରୋଧ କରିଥିଲେ। ଆଉ ପରିବାର ଲୋକଙ୍କ ଚାପରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ନୟାଗଡ଼ ଏସପି କହିଛନ୍ତି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL