ଓଡ଼ିଶା

କଟକରୁ ଉଦ୍ଧାର ହେଲା ଭଦ୍ରକରେ ବିକ୍ରି ହୋଇଥିବା ଶିଶୁକନ୍ୟା

ଭଣ୍ଡାରିପୋଖରୀ : ବିକ୍ରି ହୋଇଥିବା ଶିଶୁକନ୍ୟାକୁ କଟକରୁ ଉଦ୍ଧାର କଲା ଭଣ୍ତାରିପୋଖରୀ ଥାନା ପୁଲିସ। ଗତକାଲି ଏ ନେଇ ଭଣ୍ଡାରିପୋଖରୀ ଥାନା ବୟାବନାପୁର ଗାଁର ୫୫ ବର୍ଷୀୟା ସାବିତ୍ରୀ ଦାସ ତାଙ୍କ ନାତୁଣୀ(୧ମାସ)ର ଉଦ୍ଧାର ପାଇଁ ପୁଲିସର ହସ୍ତକ୍ଷେପ ଲୋଡ଼ିଥିଲେ। ସାବିତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପୁଅ ସିପୁ ଓ ବୋହୂ ରୀନା ଗତ ୧୨ ତାରିଖ ପୂର୍ବାହ୍ନ ସମୟରେ ମାସକର ଝିଅ ସହ ଡାକ୍ତରଖାନା ଯାଉଥିବା କହି ଘରୁ ବାହାରି ଯାଇଥିଲେ।

ରାତି ପ୍ରାୟ ୮ଟାରେ ଉଭୟ ଘରକୁ ଫେରିଥିଲେ। ମାତ୍ର ସେମାନେ ଶିଶୁକନ୍ୟାକୁ ସାଥିରେ ଆଣି ନଥିଲେ। ଏ ସମ୍ପର୍କରେ ସାବିତ୍ରୀ ପଚାରିବାରୁ ଉଭୟ ପୁଅ, ବୋହୂ ସାବିତ୍ରୀଙ୍କୁ ଗାଳି ଗୁଲଜ କରିବା ସହ ମାରିବାକୁ ଉଦ୍ୟମ କରିଥିଲେ। ଶିଶୁକନ୍ୟାକୁ ବିକ୍ରି କିମ୍ବା ହତ୍ୟା କରିଥିବା ଆଶଙ୍କା କରି ସାବିତ୍ରୀ ଘଟଣାର ତଦନ୍ତ କରିବାକୁ ଅଭିଯୋଗ ପତ୍ରରେ ଦର୍ଶାଇଥିଲେ। ଆଜି ପୁଲିସ୍‌ ବିକ୍ରି ଶିଶୁ କନ୍ୟାଟିକୁ କଟକରୁ ଉଦ୍ଧାର କରିଥିବା ସୂଚନା ମିଳିଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL