ଓଡ଼ିଶା

ଭୋଗି ଉତ୍ସବ ବେଳେ ବାଣ ଫୁଟି ୪ ଗୁରୁତର

ରାୟଗଡ଼ା: ରାୟଗଡ଼ା ୟେଦୁ ସାହିରେ ବାଣ ବିସ୍ଫୋରଣରେ ୪ ଜଣ ଗୁରୁତର ହୋଇଛନ୍ତି। ମକର ସଂକ୍ରାନ୍ତି ପାଇଁ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟିଥିବା କୁହାଯାଉଛି। ଗତକାଲି ରାତିରେ ଭୋଗି ଉତ୍ସବ ପାଳନ ବେଳେ ନିଆଁରେ ବାଣ ପକାଇବାରୁ ବିସ୍ଫୋରଣ ହୋଇଥିବା ଜଣାପଡିଛି। ଏଥିରେ ବି.ବରନି, ଭି. ଯୋଗୀ, କିଶୋର ଦୋରା ଓ ବାବଲି ରେଡ୍ଡୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଗୁରୁତରଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ ପର୍ବ ମକର ସଂକ୍ରାନ୍ତି । ଏହାର ପୂର୍ବ ଦିନ ପାଳନ କରାଯାଏ ଭୋଗି। ବିଳମ୍ବିତ ରାତିରେ କାଠରେ ନିଆଁ ଲଗାଇ ଭୋଗି ପାଳନ କରାଯାଏ।

ଗତକାଲି ରାତିରେ ଭୋଗି ପାଳନ ବେଳେ ସାହିର ଯୁବକ ଯୁବତୀମାନେ ମିଳିତଭାବେ ବାଣ ଫୁଟାଇ ଥିଲେ। ଅସାବଧାନତା ଯୋଗୁଁ ବାଣ ବିସ୍ଫୋରଣରେ ୪ ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ବିସ୍ଫୋରଣ ଏତେ ଅଧିକ ରହିଥିଲା ଯେ, ପାଖରେ ଥିବା ଘର ଏବଂ ଏକ ଅଟୋ କ୍ଷତିଗ୍ରସ୍ତ ହୋଇଛି। ତୁରନ୍ତ ସମସ୍ତ ଆହତ ମାନଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL