ଜାତୀୟ

ସ୍ବଦେଶ ଫେରିଲେଣି ମଧ୍ୟପ୍ରାଚ୍ୟରେ ଅଟକି ଥିବା ୫୨ ହଜାର ଭାରତୀୟ

ନୂଆଦିଲ୍ଲୀ: ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ ଅଟକି ରହିଥିବା ଭାରତୀୟଙ୍କ ମଧ୍ୟରୁ ଶନିବାର ସୁଦ୍ଧା ୫୨ ହଜାର ନାଗରିକ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି। ମଧ୍ୟପ୍ରାଚ୍ୟର କେତେକ ରାଷ୍ଟ୍ର ସେମାନଙ୍କର ଆକାଶସୀମାକୁ ଆଂଶିକ ଖୋଲା ରଖିବା ଫଳରେ ଏହି ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭବ ହୋଇପାରିଛି ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଫେବୃଆରୀ ୨୮ରେ ଯୁଦ୍ଧ ଲାଗିବା ପରେ ଏହି ରାଷ୍ଟ୍ରରେ ରହିଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଥିଲା। ଜରୁରୀ କାର୍ଯ୍ୟ ବ୍ୟତୀତ ବାହାରକୁ ନ ବାହାରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଆବଶ୍ୟକ ପଡିଲେ ସଂପୃକ୍ତ ରାଷ୍ଟ୍ରରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିବାକୁ ମଧ୍ୟ କୁହାଯାଇଥିଲା। ଏହି ନାଗରିକଙ୍କୁ ସହାୟତା ଯୋଗାଇବାକୁ ଭାରତୀୟ ଦୂତାବାସରେ ଚବିଶ ଘଣ୍ଟିଆ ହେଲପ୍‌ ଲାଇନ ଖୋଲାଯାଇଛି। ମାର୍ଚ୍ଚ ୧ରୁ ୭ ମଧ୍ୟରେ ୩୨ ହଜାର ଭାରତୀୟ ଘରୋଇ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଏୟାରଲାଇନ୍ସ ଯୋଗେ ସ୍ବଦେଶ ଫେରିଥିବାବେଳେ ଅନ୍ୟମାନେ ବିଦେଶୀ ଏୟାରଲାଇନ୍ସର ସୁବିଧା ନେଇଛନ୍ତି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL