ଜାତୀୟ

ଲେବାନନ୍‌ର ବେରୁଟ୍‌ରେ ଫସିଥିବା ଇରାନର ରାଷ୍ଟ୍ରଦୂତଙ୍କୁ ଉଦ୍ଧାର କଲା ରୁଷ୍‌

ତେହରାନ : ଆମେରିକା ଓ ଇସ୍ରାଏଲ ବିରୋଧୀ ଯୁଦ୍ଧରେ ଇରାନର ପକ୍ଷ ନେଇଛି ରୁଷ୍। ଇରାନ ପାଇଁ ରୁଷ୍ ପ୍ରତ୍ୟକ୍ଷ ଯୁଦ୍ଧକୁ ଓହ୍ଲାଇ ନଥିଲେ ମଧ୍ୟ ଏହାକୁ ଆନୁଷଙ୍ଗିକ ସହାୟତା ଯୋଗାଇ ଦେଉଛି। ପୂର୍ବରୁ ଇରାନକୁ ରୁଷ୍ ସାମରିକ ଗୁଇନ୍ଦା ସୂଚନା ଦେବା ଭଳି ସହାୟତା କରିଥିଲା। ବିଶେଷକରି ଆମେରିକାର ସାମରିକ ଗତିବିଧି ସମ୍ପର୍କରେ ଇରାନକୁ ରୁଷ୍ ଗୁଇନ୍ଦା ସୂଚନା ପ୍ରଦାନ କରୁଥିବା କୁହାଯାଇଛି। ଏବେ ଲେବାନନ୍‌ର ବେରୁଟ୍‌ରେ ଫସି ରହିଥିବା ଇରାନର ରାଷ୍ଟ୍ରଦୂତ ଓ ଅନ୍ୟାନ୍ୟ ନାଗରିକଙ୍କୁ ରୁଷ୍ ଏହାର ବିମାନ ଯୋଗେ ଉଦ୍ଧାର କରିଛି।

ଲେବାନନ୍‌ର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ବେରୁଟ୍‌ରୁ ୧୧୭ଜଣ ଇରାନ ନାଗରିକଙ୍କୁ ରୁଷ୍‌ର ବିମାନ ଯୋଗେ ଶନିବାର ରାତିରେ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରେ ଇରାନର ରାଷ୍ଟ୍ରଦୂତ ଓ ଦୂତାବାସ କର୍ମଚାରୀ ଅଛନ୍ତି। ବେରୁଟରେ ସକ୍ରିୟ ଇରାନ ସମର୍ଥିତ ହେଜବୋଲ୍ଲା ଆତଙ୍କବାଦୀଙ୍କୁ ନିପାତ କରିବା ଲାଗି ଇସ୍ରାଏଲ ଜୋରଦାର ଆକ୍ରମଣ ଚଳାଇଛି। ଇସ୍ରାଏଲର ଆକ୍ରମଣରେ ଲେବାନନ୍‌ରେ ୩୯୪ଜଣ ନାଗରିକଙ୍କର ମୃତ୍ୟୁ ହେଲାଣି ବୋଲି ଏହାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL