ଜାତୀୟ

ଆରବ ରାଷ୍ଟ୍ରଗୁଡିକ ଉପରେ ଇରାନର ଆକ୍ରମଣକୁ ଆରବ ଲିଗ୍‌ର ନିନ୍ଦା

କାଏରୋ: ଆରବ ରାଷ୍ଟ୍ରଗୁଡିକ ଉପରେ ଇରାନର ଆକ୍ରମଣକୁ ଆରବ ଲିଗ୍ ମୁଖ୍ୟ ନିନ୍ଦା କରିଛନ୍ତି। ଆରବ ଲିଗ୍ ମହାସଚିବ ଅହମ୍ମଦ ଆବୌଏଲ୍ କହିଛନ୍ତି ଯେ ପଡ଼ୋଶୀ ଆରବ ଦେଶଗୁଡ଼ିକ ଉପରେ ଆକ୍ରମଣ କରି ଇରାନ ଏକ ବଡ ରଣନୈତିକ ଭୁଲ୍ କରୁଛି। ତେଣୁ ଇରାନକୁ ତୁରନ୍ତ ଏହି ଆକ୍ରମଣ ବନ୍ଦ କରିବାକୁ ସେ ଚେତାବନୀ ଦେଇଛନ୍ତି। ସେ ଇରାନର ପଦକ୍ଷେପକୁ ବେପରୁଆ ବୋଲି ଅଭିହିତ କରିଛନ୍ତି। ଆରବ ଦେଶଗୁଡ଼ିକ ଏହି ଯୁଦ୍ଧରେ ପକ୍ଷ ନୁହନ୍ତି, କିନ୍ତୁ ଇରାନ ଜବରଦସ୍ତି ସେମାନଙ୍କୁ ଏହି ସଂଘର୍ଷ ମଧ୍ୟକୁ ଟାଣିବାକୁ ଚେଷ୍ଟା କରୁଛି। ଇରାନର ଆକ୍ରମଣକୁ ସ୍ବିଜରଲାଣ୍ଡ ମଧ୍ୟ ନିନ୍ଦା କରିବା ସହିତ ଏହା ଆନ୍ତର୍ଜାତିକ ନିୟମର ଉଲ୍ଲଙ୍ଘନ ବୋଲି କହିଛି। ଏପରି କି ଇରାନ ବିରୋଧରେ ସ୍ବିଜରଲାଣ୍ଡ ଯୁଦ୍ଧ କରିବ ବୋଲି ପ୍ରସ୍ତାବ ଦେଇଛି। ସ୍ବିଜରଲାଣ୍ଡର ଏପରି ପ୍ରସ୍ତାବକୁ ଆମେରିକା ସ୍ବାଗତ କରିଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL