ଓଡ଼ିଶା

ଚାଲିଛି ଡଲଫିନ ଗଣନା, ଚିଲିକାରେ ଡଙ୍ଗା ଓ ଭସାପୋଲ ଚଳାଚଳ ବନ୍ଦ

ଚିଲିକା: ଆଜିଠାରୁ ଚିଲିକାରେ ଡଲ୍‌ଫିନ୍ ଗଣନା ଆରମ୍ଭ। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବାଲୁଙ୍ଗା ଏବଂ ସିଡିଏର ମିଳିତ ଆନୁକୂଲ୍ୟରେ ଆଜି ସକାଳ ୬ ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଡଲଫିନ ଗଣନା ନିମିତ୍ତ ସମୁଦାୟ ୨ଟି ରେଞ୍ଜକୁ ୩ଟି ସେକ୍ଟରରେ ଭାଗ କରାଯାଇ ୧୮ଟି ଟିମ୍ ନିୟୋଜିତ ହୋଇଛି। ତନ୍ମଧ୍ୟରୁ ସାତପଡ଼ାରେ ୮ଟି ଓ ବାଲୁଗାଁରେ ୧୦ଟି ଟିମ୍ ଗଣନା କାର୍ଯ୍ୟରେ ନିୟୋଜିତ ରହିଥିବା ବେଳେ ପ୍ରତି ଟିମ୍ରେ ୫ ରୁ ୬ ଜଣଙ୍କ ସମେତ ଦୁଇ ଜଣ ଡଙ୍ଗା ଚାଳକ ରହିବା ନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି।

ଆସନ୍ତା ୨୨ ତାରିଖ ଦିନ ୧୨ଟା ଯାଏ ଚିଲିକାରେ ଡଙ୍ଗା ଏବଂ ଭସାପୋଲ ଚଳାଚଳ ବନ୍ଦ ରହିବ। ଚିଲିକା ଡଲଫିନ୍ ଗଣନା କାର୍ଯ୍ୟରେ ବାଇନାକୁଲାର, ଜିପିଏସ୍, ରେଞ୍ଜ ଫାଇଣ୍ଡର, ନୋଟ ପ୍ୟାଡ, କମ୍ପାସ ଆଦି ବ୍ୟବହାର କରାଯିବ । ଏହି ଗଣନାରେ ୧୪୫ରୁ ଉର୍ଦ୍ଧ୍ୱ ବିଭାଗୀୟ କର୍ମଚାରୀ, ସ୍ୱେଚ୍ଛାସେବୀ, ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି, ଓଡିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ସିଡିଏ କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ ଅଣସରକାରୀ ସଂସ୍ଥା କର୍ମଚାରୀମାନେ ସାମିଲ ହୋଇଛନ୍ତି।

ଗଣନା କାର୍ଯ୍ୟରେ ୧୮ଟି ଟିମ୍ ନିୟୋଜିତ ହୋଇଛନ୍ତି । ବାଲୁଗାଁରୁ ୧୦ଟି ଓ ସାତପଡ଼ାରୁ ୮ଟି ଟିମ୍ ଡଲଫିନ ଗଣନା କରୁଛନ୍ତି । ପ୍ରତି ଟିମ୍ ରେ ୫ ରୁ ୬ ଜଣ ଗଣନାକାରୀ ରହିଛନ୍ତି । ସାତପଡ଼ାର ୪ଟି ଅଞ୍ଚଳରେ ଗଣନା ଚାଲିଛି । ସେହିପରି ସେଣ୍ଟ୍ରାଲ ସେକ୍ଟରରେ ୬ ଟି ଟିମ, ସାଉଥର୍ନ ସେକ୍ଟରରେ ୪ଟି ଟିମ, ନର୍ଦନ ସେକ୍ଟରେ ଗୋଟିଏ ଟିମ୍ , ଆଉଟର ଚ୍ୟାନେଲରେ ୭ଟି ଟିମ ଗଣତି କରୁଛନ୍ତି । ପ୍ରତ୍ୟେକ ଟିମ୍ ରେ ବନବିଭାଗ କର୍ମଚାରୀ, CDA କର୍ମଚାରୀ, OUAT ଷ୍ଟୁଡେଣ୍ଟ, ମୋଟରବୋଟ କର୍ମଚାରୀ, ସୋସିଆଲ ୱାର୍କର ଓ ଗଣମାଧ୍ୟମ ପ୍ରତିନିଧି ରହିଛନ୍ତି। ବାଇନାକୁଲରGPS, ଓ କ୍ୟାମେରା ବ୍ୟବହାର କରାଯାଇ ଗଣନା ଚାଲିଛି।

 

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL