ଓଡ଼ିଶା

ପଥର ଖଣିରୁ ବିସ୍ଫୋରକ ଲୁଟ୍ ମାମଲା: ୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ ଲୁଟ୍ ଘଟଣା। ଏନ୍‌ଆଇଏ ୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଏହି ଘଟଣାରେ ହଜାରେ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ ସହ ଏନ୍‌ଆଇଏ ତଦନ୍ତ ଜାରି ରଖିଛି । ରାଉରକେଲାରେ ଏକ ପଥର ଖଣିକୁ ବିସ୍ଫୋରକ ନେବା ଆଣିବା ବେଳେ ସିପିଆଇ ମାଓଇଷ୍ଟ ଟେରର ଅର୍ଗନାଇଜେସନର ସଦସ୍ୟ ମାନେ ଏହାକୁ ଲୁଟ୍ କରିଥିଲେ । ୧୧ ଅଭିଯୁକ୍ତଙ୍କ ନାମ ହେଲା, ଜର୍ଜା ମୁଣ୍ଡା ଓରଫ କୁଲୁ ମୁଣ୍ଡା, ଅନ୍ମୋଲ ଓରଫ ସୁଶାନ୍ତ ଓରଫ ଲାଲଚନ୍ଦ ହେମ୍ବ୍ରମ, ରମେଶ ଓରଫ ପ୍ରିତମ ମଞ୍ଝି ଓରଫ ଅନଲ ଦା, ପିଣ୍ଟୁ ଲୋହରା ଓରଫ ଟିଗର, ଲାଲଜିତ ଓରଫ ଲାଲୁ, ଶିବ ବୋଦ୍ରା ଓରଫ ଶିବୁ, ଅମିତ ଓରଫ ସୁଖଲାଲ ମୁଣ୍ଡା, ରବି ଓରଫ ବିରେନ ସିଂହ, ରାଜେଶ ଓରଫ ମାନ୍ସିଦ, ସୋହନ ଓରଫ ରଙ୍ଗା ପୁନେମ,ଏବଂ ଅପ୍ତନ ଓରଫ ଚନ୍ଦ୍ରମୋହନ ହାନ୍ସଦ । ୧୧ ଅଭିଯୁକ୍ତ ଅପରାଧିକ ଷଡ଼ଯନ୍ତ୍ର କରିବା ସହ ଅସ୍ତ୍ରଶସ୍ତ୍ର ଲଗାଇ ୨୦୦ ବିସ୍ଫୋରକ ପ୍ୟାକେଟ ଲୁଟି ନେଇଥିଲେ । ୨୦୨୫ ମେ ୨୭ ତାରିଖରେ ବିସ୍ଫୋରକଗୁଡିକୁ ଆଇଟିଏମ୍‌ଏ ବାରୁଦ ଗୋଦାମରୁ ବାଙ୍କୋ ପଥର ଖଣିକୁ ନିଆଯାଉଥିଲା । ଏହି ସମୟରେ ୧୦ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ମାନେ ଲୁଟ୍ କରିଥିଲେ । ୨୦ କିଲୋର ମୋଟ୍ ୨୦୦ ପ୍ୟାକେଟ୍ ଲୁଟ୍ ହୋଇଥିଲା ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL