ଓଡ଼ିଶା

ଫୁଲବାଣୀରେ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି। ଦିନକୁ ଦିନ ପାରଦ ଖସୁଛି ଶୀତର ପ୍ରକୋପ ବଢୁଛି। ଯାହାକୁ ନେଇ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ଫୁଲବାଣୀର ସାର୍ତ୍ତାଗୁଡା ଗାଁରେ ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି। ପ୍ରବଳ ଥଣ୍ଡା ସାଙ୍ଗକୁ ଜାଡ଼ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। ଖରା ଆସିଲେ ମଧ୍ୟ ଦିନ ତମାମ ଶୀତ ଲହରୀ ଜାରି ରହୁଛି। ଚଳିତବର୍ଷ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୨ ଡିଗ୍ରୀ ଥିବାବେଳେ ଦାରିଙ୍ଗିବାଡ଼ିରେ ୭ ଏବଂ ଜି ଉଦୟଗିରିରେ ୪ ଡିଗ୍ରୀ ତାପମାତ୍ରା ରହିଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL