ଓଡ଼ିଶା

୧୧ ଦଫା ଦାବି ନେଇ ଗାନ୍ଧୀ ମାର୍ଗରେ ଅଙ୍ଗନଓ୍ବାଡି କର୍ମୀଙ୍କ ବିକ୍ଷୋଭ 

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଅଙ୍ଗନଓ୍ବାଡି କର୍ମୀ। ୧୧ ଦଫା ଦାବି ନେଇ ଅଙ୍ଗନଓ୍ବାଡି କର୍ମୀ ଆଜି ଗାନ୍ଧୀ ମାର୍ଗରେ ଶହ ଶହ ଅଙ୍ଗନଓ୍ବାଡି କର୍ମୀ ଏକାଠି ହୋଇ ବିଶାଳ ସମାବେଶ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଙ୍ଗନଓ୍ବାଡି କର୍ମୀଙ୍କୁ ଶିକ୍ଷକ ମାନ୍ୟତା ଦାବି କରିବା ସହ ଦରମା ୧୮ ହଜାର ଟଙ୍କା ଦରମା ବୃଦ୍ଧି ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଅଙ୍ଗନଓ୍ବାଡି କର୍ମୀମାନେ ଚେତାବନୀ ଦେଇଛନ୍ତି।

ତେବେ ଅଙ୍ଗନବାଡ଼ି ଦିଦିଙ୍କ ପ୍ରମୁଖ ଦାବି ଗୁଡିକ ହେଉଛି ଆଇସିଡିଏସ୍‌ ପ୍ରକଳ୍ପକୁ ସ୍ଥାୟୀ କରିବା , ଅଙ୍ଗନୱାଡି କର୍ମୀ ଓ ସହକର୍ମୀ ମାନଙ୍କୁ ସରକାରୀ କର୍ମଚାରୀ ଘୋଷଣା, ମାସିକ ଦରମା ୧୮ ହଜାର ଏବଂ ସହକର୍ମୀଙ୍କୁ ୯ ହଜାର ଟଙ୍କା ପ୍ରଦାନ କରିବା, ୨୦୨୪ ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ବେତନ ବୃଦ୍ଧି ପ୍ରତିଶ୍ରୁତି ଲାଗୁ କରିବା ଏବଂଯୋଗ୍ୟତା ଆଧାରରେ ଅଙ୍ଗନୱାଡି କର୍ମୀଙ୍କୁ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପ୍ରଦାନ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL