ଓଡ଼ିଶା

କୂଅରେ ପଡି ହାତୀ ଶାବକ ମୃତ

ରଣପୁରଗଡ: ନୟାଗଡ଼ ଜିଲା ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଞ୍ଚଳର ରାଜ ଜଙ୍କିଆ ନିକଟ ପାତାଳଶ୍ୱର ନିକଟ ଜଙ୍ଗଲରେ ଥିବା ଏକ କୂଅରେ ପଡି ହାତୀ ଛୁଆର ମୃତ୍ୟୁ ହୋଇଛି । ଏକ କ୍ୟାମେରା ଲଗା ଜଙ୍ଗଲୀ ହାତୀ ମୃତ୍ୟୁ ବରଣ କରିଥିବା ଖବର ପାଇ ବନବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକ ସକାଳୁ କୂଅ ଭିତରେ ହାତୀ ମରିଥିବା ପଡ଼ିଥିବା ଦେଖିବାକୁ ପାଇଥିଲେ।

ଖବର ପ୍ରସାରିତ ହେବା ପରେ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ଉଦ୍ଧାର କାର‌୍ୟ୍ୟ ଆରମ୍ଭ ହୋଇଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି । ଦୀର୍ଘଦିନ ହେଲା ରଣପୁର ବନାଞ୍ଚଳ ଅଧିକାରୀ ପଦବୀ ଖାଲି। ହାତୀ ଦେହରେ କ୍ୟାମେରା ଲଗାଯିବା ପରେ ବି କେଉଁ ଭଳି ଭାବରେ ବନ ବିଭାଗ ହାତୀ ମୃତ୍ୟୁର ଖବର ଜାଣି ପାରିଲା ନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL