ଜାତୀୟ

ସୋମବାର ଶପଥ ଗ୍ରହଣ କରିବେ ଜଷ୍ଟିସ ସୂର୍ଯ୍ୟକାନ୍ତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଆସନ୍ତା ସୋମବାର ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଶପଥ ଗ୍ରହଣ କରିବେ। ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ଦେଶର ୫୩ତମ ସିଜେଆଇ। ୨୦୧୯ରୁ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରି ଆସୁଛନ୍ତି। ଏହା ପୂର୍ବରୁ ସେ ହିମାଚଳ ପ୍ରଦେଶ ହାଇକୋର୍ଟରେ ମୁଖ୍ୟ ବିଚାରପତି ଥିଲେ। ଅନ୍ୟପଟେ ବର୍ତ୍ତମାନର ସିଜେଆଇ ଭୂଷଣ ରାମକୃଷ୍ଣ ଗବଇଙ୍କର ଶୁକ୍ରବାର ଶେଷ କାର୍ଯ୍ୟ ଦିବସ ଥିଲା। ତାଙ୍କର ଅବସରଗ୍ରହଣ ତାରିଖ ନଭେମ୍ବର ୨୩ ଥିବାବେଳେ ଶନି ଓ ରବି ଦୁଇଦିନ ଛୁଟି ପଡୁଛି। ଶେଷ କାର୍ଯ୍ୟଦିବସରେ ସିଜେଆଇ ଗବଇଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଶପଥ ଗ୍ରହଣ ଉତ୍ସବରେ ଭୁଟାନ, କେନିଆ, ମାଲେସିଆ, ମରିସସ୍‌, ନେପାଳ ଓ ଶ୍ରୀଲଙ୍କା ଭଳି ଦେଶର ପ୍ରଧାନ ବିଚାରପତି ଓ ଅନ୍ୟ ବିଚାରପତି ଏବଂ ସେମାନଙ୍କ ପରିବାର ସଦସ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL