ଜାତୀୟ

୫୦ ବର୍ଷ ପରେ ବଡ଼ ପରଦାରେ ପୁଣି ଧମାଲ କରିବ ‘ଶୋଲେ’

ମୁମ୍ବାଇ: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ “ଶୋଲେ” ପୁଣି ଥରେ ବଡ଼ ପରଦାରେ ଧମାଲ କରିବାକୁ ଯାଉଛି। ରିଲିଜ୍ କରିବାର ପଚାଶ ବର୍ଷ ପରେ, ଏହି ଫିଲ୍ମଟି 4K ରେ ରିଷ୍ଟୋର ହେଉଛି ଏବଂ ସାରା ଦେଶରେ ୧୫୦୦ ସ୍କ୍ରିନରେ ରି-ରିଲିଜ୍ ହେବାକୁ ଯାଉଛି। ସବୁଠାରୁ ବଡ଼ କଥା ହେଉଛି: ଫିଲ୍ମର ପ୍ରକୃତ କ୍ଲାଇମାକ୍ସ, ଯାହାକୁ ଦର୍ଶକମାନେ ଦଶନ୍ଧି ଧରି କେବଳ ଏକ କାହାଣୀ ଭାବରେ ଶୁଣି ଆସୁଛନ୍ତି, ଏବେ ପ୍ରଥମ ଥର ପାଇଁ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବ।

ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ ଏହି ରିଷ୍ଟୋର୍ ଭର୍ସନର ନାମ “ଶୋଲେ: ଦି ଫାଇନାଲ୍ କଟ୍” ରଖିଛି। ନୂତନ ଭର୍ସନରେ କେବଳ ଭିଜୁଆଲ୍ସ ଏବଂ ସାଉଣ୍ଡକୁ ଅପଗ୍ରେଡ୍ କରାଯାଇଛି ତାହା ନୁହେଁ, ବରଂ ଏଥିରେ ଫିଲ୍ମର ଅନକଟ୍ ଅରିଜିନାଲ୍ ଏଣ୍ଡିଂ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି, ଯାହାକୁ ଦର୍ଶକ କେବେ ଦେଖିନାହାଁନ୍ତି।

ରମେଶ ସିପ୍ପିଙ୍କ ନିର୍ଦ୍ଦେଶିତ ‘ଶୋଲେ’ ୧୯୭୫ ମସିହାରେ ରିଲିଜ୍ କରିଥିଲା ଏବଂ ୫୦ ବର୍ଷ ପରେ, ଏହାର 4K ରିଷ୍ଟୋର୍ ଭର୍ସନ ୧୨ ଡିସେମ୍ବର, ୨୦୨୫ରେ ପ୍ରେକ୍ଷାଳୟରେ ଆସିବ। ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ ଅନୁଯାୟୀ, ମୂଳ କ୍ଲାଇମାକ୍ସରେ, ଠାକୁର ଗବ୍ବର ସିଂହଙ୍କୁ ତାଙ୍କ ପାଦ ତଳେ ଚାପି ହତ୍ୟା କରନ୍ତି। ସେ ସମୟରେ ସେନ୍ସର ବୋର୍ଡ ଏହି ସିନକୁ ଅତ୍ୟଧିକ ହିଂସାତ୍ମକ ବୋଲି ବିବେଚନା କରିଥିଲା ଏବଂ ଏହାକୁ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏବେ, ୫୦ ବର୍ଷ ପରେ, ଦର୍ଶକ ଏହି ସିନ୍ ଦେଖିବାର ସୁଯୋଗ ପାଇବେ।

‘ଶୋଲେ’ କେବଳ ଏକ ଚଳଚ୍ଚିତ୍ର ନୁହେଁ, ବରଂ ଭାରତୀୟ ସିନେମାର ଇତିହାସ।ଧର୍ମେନ୍ଦ୍ର, ଅମିତାଭ ବଚ୍ଚନ, ଅମଜାଦ ଖାନ, ସଞ୍ଜୀବ କୁମାର ଏବଂ ହେମାମାଳିନୀଙ୍କ ଭଳି କିମ୍ବଦନ୍ତୀମାନଙ୍କ ଦମଦାର ଅଭିନୟ, ସ୍ମରଣୀୟ ଚରିତ୍ର, ଆଇକନିକ୍ ଡାଏଲଗ୍ ଏବଂ ଅମର ଆକ୍ସନ୍ ସିକ୍ୱେନ୍ସ ଏହାକୁ ଆଜି ମଧ୍ୟ ଦର୍ଶକଙ୍କ ପ୍ରିୟ ଫିଲ୍ମ ମଧ୍ୟରେ ରଖିଛି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL