ଓଡ଼ିଶା

ଫିକା ପଡ଼ିଲା ନବୀନ କ୍ରେଜ, ନୂଆପଡ଼ାରେ ବିଜେଡିକୁ ଶକ୍ତ ଝଟକା

ନୂଆପଡ଼ା: ନୂଆପଡ଼ାରେ ବିଜେଡିକୁ ବଡ଼ ଝଟକା। ୨୫ ବର୍ଷର ଶାସନ ପରେ କ୍ଷମତାଚ୍ୟୁତ ହୋଇଥିବା ବିଜୁ ଜନତା ଦଳକୁ ନୂଆପଡ଼ାରେ କେବଳ ପରାଜୟର ସାମ୍ନା କରିବାକୁ ପଡ଼ିନାହିଁ, ବରଂ ୩ୟ ସ୍ଥାନରେ ରହି ବଡ଼ ବିଫଳତାର ସ୍ଵାଦ ଚାଖିଛି। ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବାରମ୍ବାର ନୂଆପଡ଼ାରେ ପ୍ରଚାର କରିଥିଲେ ହେଁ ଭୋଟରଙ୍କୁ ଆକର୍ଷିତ କରିବାରେ ବିଫଳ ହୋଇଛନ୍ତି। ନବୀନ କ୍ରେଜ ନୂଆପଡ଼ାରେ ଫିକା ପଡ଼ିଯାଇଛି। ରାଜନୀତିରେ ୨୫ ବର୍ଷର ଅଭିଜ୍ଞତା ଶେଷରେ ହାର ମାନିଛି। ଏହି ପରାଜୟ ପରେ ବିଜେଡି ଶିବିରରେ ନିରାଶା ଦେଖିବାକୁ ମିଳିଛି। ଅନ୍ୟପଟେ କଂଗ୍ରେସ ୨ୟ ସ୍ଥାନରେ ରହି ନିଜର ସମ୍ମାନ ରଖିଛି।

ଶୁକ୍ରବାର ଭୋଟ ଗଣତି ଆରମ୍ଭରୁ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୨ୟ ସ୍ଥାନରେ ରହିଆସୁଥିଲେ। ହେଲେ ଅନେକ ରାଉଣ୍ଡରେ କମ୍‌ ଭୋଟ ମିଳିବାରୁ ଶେଷରେ ୩ୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଜୟ ଢୋଲକିଆ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ତଥା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କଠାରୁ ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।ଜୟଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଭୋଟ ମିଳିଥିବାବେଳେ ଘାସିରାମଙ୍କୁ ୪୦ ହଜାର ୧୨୧ ଏବଂ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୩୮ ହଜାର ୪୦୮ ଖଣ୍ଡ ଭୋଟ ମିଳିଛି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL