ଜାତୀୟ

ମତଦାନ କେନ୍ଦ୍ରରୁ ମିଳିଲା ଭିଭିପାଟ୍ ସ୍ଲିପ୍, ଘଟଣାସ୍ଥଳରେ ଉତ୍ତେଜନା

ଚମ୍ପାରଣ: ପୂର୍ବ ଚମ୍ପାରଣର ସୁଗୈଲୀରେ ଏକ ମତଦାନ କେନ୍ଦ୍ରରେ ଭିଭିପାଟ୍ ସ୍ଲିପ୍ ମିଳିବାକୁ ନେଇ ହଙ୍ଗାମା ହୋଇଛି। ସୁଗୌଲୀରେ ନିମୁଇୟା ଓ୍ବାର୍ଡ ୧୨ରେ ମତଦାନ କେନ୍ଦ୍ର ସଂଖ୍ୟା ୨୧୯ରେ ନିର୍ବାଚନ ପରେ ବୁଧବାର ସକାଳେ ବିଦ୍ୟାଳୟ ସଫେଇ ସମୟରେ ଭିଭିପାଟ୍ ସ୍ଲିପ୍ ଜମିରେ ପଡିଥିବା ମିଳିଥିଲା। ସ୍ଲିପ୍ ମିଳିବା ପରେ ସ୍ଥାନୀୟ ଜନସାଧାରଣ ଭୋଟ୍ ଚୋରି ହୋଇଥିବା ନେଇ ହଙ୍ଗାମା କରିଥିଲେ। ସୂଚନା ପାଇ ଅନେକ ପାର୍ଟିର ପ୍ରାର୍ଥୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଠାରେ ସମୁଦାୟ ୧୦୨୪ ମତଦାତା ଅଛନ୍ତି, ଯେଉଁଥିରୁ ୪୮୬ ମହିଳା ଓ ୫୩୮ ପୁରୁଷ ମତଦାତା ଅଛନ୍ତି। ସୂଚନା ଅନୁସାରେ ବିଦ୍ୟାଳୟ ପରିସରରେ ୧୭୨ ସ୍ଲିପ୍ ମିଳିଛି। ତେବେ ଏହା ହୁଏତ ମକ୍ ପୋଲ୍ ସ୍ଲିପ୍ ହୋଇଥାଇପାରେ ବୋଲି କୁହାଯାଉଛି ଯାହାକୁ ପଦାଧିକାରୀ ବାହାର କରିଥାଇପାରନ୍ତି। ତେବେ ମାମଲାର ଯାଞ୍ଚ ଚାଲିଛି। ଯାଞ୍ଚ ପରେ ଏହା ସ୍ପଷ୍ଟ ହେବ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL