ଓଡ଼ିଶା

ସୂର୍ଯ୍ୟମନ୍ଦିର ନାଟମଣ୍ଡପକୁ ଚଢ଼ି ପାରିବେନି ପର୍ଯ୍ୟଟକ

କୋଣାର୍କ : ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କର ସୂର୍ଯ୍ୟମନ୍ଦିରରେ ବାରମ୍ବାର ଦୁର୍ଘଟଣା ଘଟୁଛି। ପର୍ଯ୍ୟଟକମାନେ ଆହତ ହେଉଥିବାକୁ ନଜରକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ସୂର୍ଯ୍ୟମନ୍ଦିର ସାମ୍ନାରେ ଥିବା ପ୍ରଥମ ନାଟଣ୍ଡପକୁ ପର୍ଯ୍ୟଟକମାନଙ୍କୁ ବାରଣ କରାଯାଇଛି। ଏହା ଦ୍ବାରା ପର୍ଯ୍ୟଟକମାନେ ଆଉ ନାଟମଣ୍ଡପକୁ ଚଢି କୀର୍ତିରାଜି ଓ ମୁଖ୍ୟ ମନ୍ଦିରର ଦୃଶ୍ୟକୁ ସେହିଠାରୁ ଦେଖି ପାରିବେ ନାହିଁ। ନାଟମଣ୍ଡପ ଉପରୁ ସେଲ୍‌ଫି ଓ ଫଟୋ ନେଇପାରିବେ ନାହିଁ।
ଏଏସ୍‌ଆଇ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ପର୍ଯ୍ୟଟକମାନେ କୌଣସି କୀର୍ତ୍ତିରାଜିକୁ ପାଖରୁ ସ୍ପର୍ଶ କରିପାରିବେ ନାହିଁ। ଏନେଇ ଆଜି ଏଏସଆଇ ପକ୍ଷରୁ ନିଷେଧାଦେଶ ଜାରି କରାଯାଇ ସିକ୍ୟୁରିଟଗାର୍ଡମାନଙ୍କୁ ନିୟୋଜିତ କରି ପର୍ଯ୍ୟଟକମାନଙ୍କ ଉପରକୁ ଯିବାକୁ ବାରଣ କରାଯାଉଥିବା ଦେଖାଯାଇଛି।
ସୂଚନାଥାଉକି ସୂର୍ଯ୍ୟମନ୍ଦିରକୁ ପରିଦର୍ଶନରେ ଆସୁଥିବା ଦେଶବିଦେଶ ପର୍ଯ୍ୟଟକମାନେ ପ୍ରଥମେ ନାଟମଣ୍ଡପ ଉପର ଦେଇ ସିଡିରେ ଯାଇ ସୂର୍ଯ୍ୟଙ୍କ ଉଦୟ ସମୟର ପ୍ରଥମ କିରଣର ସ୍ପର୍ଶ କରିବାକୁ ଚାହିଁଥାନ୍ତି। ମୁଖ୍ୟ ମନ୍ଦିରରେ ଥିବା ଅଷ୍ଟଧାତୁ ସୂର୍ଯ୍ୟମୂର୍ତ୍ତି ଉପରେ ପଡ଼ିଥାଏ ବୋଲି ଐତିହାସିକ ତଥ୍ୟକୁ ନେଇ ପର୍ଯ୍ୟଟକଙ୍କୁ ପ୍ରଶିକ୍ଷିତ ଗାଇଡ୍‌ ବୁଲାଇ ଦେଖାଇ ବୁଝାଇ ଥାନ୍ତି। ଅନେକ ପର୍ଯ୍ୟଟକ ଏହି ନାଟମଣ୍ଡପ ଉପରେ ରହି ଅନେକ ସେଲଫି
ବିଭିନ୍ନ ସମୟରେ ପର୍ଯ୍ୟଟକମାନେ ନିଜର ଅସାବଧାନତାରୁ ସୁରକ୍ଷାବାଡ଼ ନଥିବାରୁ ନାଟମଣ୍ଡପ ସିଡିରୁ ପଡ଼ି ଗୁରୁତର ହେଇଥିବା ନଜିର ରହିଛି। ବାରମ୍ବାର ପର୍ଯ୍ୟଟକମାନେ ଏହି ନାଟମଣ୍ଡପ ଉପରୁ ପଡ଼ି ଗୁରୁତର ହେଉଥିବାରୁ ବାଧ୍ୟ ହୋଇ ଏଏସ୍‌ଆଇ ବିଭାଗ ପକ୍ଷରୁ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ନଜରରେ ରଖି ଶୁକ୍ରବାର ଠାରୁ ଅନିର୍ଦ୍ଧିଷ୍ଠ ଦିନ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକଙ୍କୁ ଆଉ ନାଟମଣ୍ଡପ ଉପରକୁ ଯିବାକୁ ବାରଣ କରାଯାଇଛି। ପର୍ଯ୍ୟଟକମାନେ ତଳେ ରହି ନାଟ ମଣ୍ଡପର ଚତୁରପାର୍ଶ୍ୱ ବୁଲି ଦେଖିପାରିବେ ବୋଲି ଏଏସ୍‌ଆଇର ପୁରୀ ସର୍କଲ ସୁପେରିଟେଣ୍ଡେ ଡକ୍ଟର ଡିବି.ଗଡନାୟକ ପ୍ରକାଶ କରିଛନ୍ତି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL