ଓଡ଼ିଶା

ଶଙ୍ଖ ଛାଡି ପଦ୍ମ ଧରିଲେ ଅମର ପଟ୍ଟନାୟକ

ଭୁବନେଶ୍ୱର: ପଦ୍ମ ଧରିଲେ ବରିଷ୍ଠ ରାଜନେତା ଅମର ପଟ୍ଟନାୟକ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେପିରେ ବିଧିବଧ ଭାବେ ହେଲେ ସାମିଲ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ୍ ସିଂ ତୋମର ପ୍ରମୁଖଙ୍କ ଉପସ୍ଥିତିରେ ଅମର ପଟ୍ଟନାୟକ  ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ ପ୍ରଭାରୀ ବିଜୟ ସିଂ ତୋମର ଅମର ପଟ୍ଟନାୟକଙ୍କୁ ଦଳର ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଛନ୍ତି। ଦଳର ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବରିଷ୍ଠ ନେତ୍ରୀ ପିଙ୍କି ପ୍ରଧାନ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।

ବିଜେପିରେ ମିଶିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅମର ପଟ୍ଟନାୟକ । ସେ କହିଛନ୍ତି ଯେ, କାର୍ଯ୍ୟଶୈଳୀ ଓ ଓଡ଼ିଶାରେ ବିକାଶ ଧାରାରେ ଦଳର ଭୂମିକା ନେଇ ଉତ୍ସାହିତ ହୋଇ ସେ ବିଜେପିରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ମିଶିଛି । ଯେତେବେଳେ ବି ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ଶୁଣିଛି , ମୁଁ ପ୍ରଭାବିତ ହୋଇଛି । ରାଜ୍ୟବାସୀଙ୍କ ସେବା ପାଇଁ ଚାକିରି ଛାଡି ରାଜନୀତିକୁ ଆସିଥିଲି। ଏବେ ରାଜ୍ୟର ସେବା ସହ ରାଷ୍ଟ୍ର ନିର୍ମାଣରେ ସାମିଲ୍ ହେବାକୁ ମୁଁ ଲକ୍ଷ୍ୟ ରଖିଛି । ରାଜ୍ୟବାସୀଙ୍କ ସେବା ପାଇଁ ଚାକିରି ଛାଡି ରାଜନୀତିକୁ ଆସିଥିଲି । ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୋତେ ଯେଉଁ କାର୍ଯ୍ୟରେ ନିୟୋଜିତ କରାଇବେ ମୁଁ ସେହି ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିବି କହିଛନ୍ତି ଅମର ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL