ଓଡ଼ିଶା

ପୋଲିସ SI ପରୀକ୍ଷା ଘୋଟାଲା: ଜେଲ୍‌ ଗଲେ ଶଙ୍କର ପୃଷ୍ଟି ଓ ସୁରେଶ ନାୟକ

ବ୍ରହ୍ମପୁର: ପୋଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲା। ଜେଲ୍‌ ଗଲେ ଶଙ୍କର ପୃଷ୍ଟି ଓ ସୁରେଶ ନାୟକ। ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ପରେ ଗଲେ ଜେଲ୍‌। ପୋଲିସ SI ପରୀକ୍ଷା ଘୋଟାଲାରେ ଦୁହେଁ ମାଷ୍ଟରମାଇଣ୍ଡ ଥିଲେ। ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟି, ସିଲିକନ ମୁଖ୍ୟ ସୁରେଶ ନାୟକ।

ପୋଲିସ ଏସ୍ଆଇ ପରୀକ୍ଷା ନିଯୁକ୍ତି ଘୋଟାଲାର ଶଙ୍କର ଥିଲା ମାଷ୍ଟର ମାଇଣ୍ଡ ଥିବା ବେଳେ ଦୀର୍ଘଦିନ ହେବ ସେ ଫେରାର ଥିଲା । ଏହି ଘଟଣାର ପର୍ଦ୍ଦାଫାସ ହେଲା ପରେ ଶଙ୍କର ନେପାଳ ପଳାୟନ କରିଥିଲା। ନେପାଳରୁ ସେ ଉତ୍ତରାଖଣ୍ଡର ଚମ୍ପାବତକୁ ଆସି ଜାମିନ ପାଇଁ ଜଣେ ଓକିଲଙ୍କ ସହ ଯୋଗାଯୋଗ କରିଥିଲା। ଦିଲ୍ଲୀରେ ଡେରା ପକାଇଥିବା କ୍ରାଇମବ୍ରାଞ୍ଚର ଏକ ଚାରିଜଣିଆ ଟିମ୍ ଏ ସଂପର୍କରେ ସୂଚନା ପାଇ ଚଢ଼ଉ କରିବା ସହିତ ତାକୁ ନେପାଳ ସୀମାରୁ କାବୁ କରିଥିଲେ।

ଶଙ୍କର ନିକଟରୁ ଦୁଇଟି ମୋବାଇଲ୍ ଫୋନ ସହ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ, ଓପିଆରବି ଦ୍ବାରା ପ୍ରସ୍ତୁତ ପୋଲିସ ଏସ୍ ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୧୨୪ ଜଣଙ୍କୁ ଗିରଫ କରିସାରିଲାଣି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL