ଜାତୀୟ

ବିଜେଡି ବାପାଙ୍କୁ ପଚାରିନଥିଲା : ଜୟ

ଭୁବନେଶ୍ୱର: ବିଜେଡି ଛାଡ଼ିବା ନେଇ ଜୟ ଢୋଲକିଆ ବିସ୍ଫୋରକ ବୟାନ ଦେଇଛନ୍ତି। ଜୟ କହିଛନ୍ତି, ବାପା ଅସୁସ୍ଥ ଥିବାବେଳେ ବିଜେଡି ତାଙ୍କୁ ପଚାରିଲାନାହିଁ। ଯେଉଁ ନେତାମାନେ ଦଳରେ ଜୀବନ ସାରା ରହିଲେ , ତାଙ୍କୁ ନା ଫୋନ୍ କଲେ ନା ସହଯୋଗ। ଏପରିକି ବାପାଙ୍କ ଦଶାହ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ​‌ରେ ମତେ ଡକାଯାଇନଥିଲା। ମୁଁ ପୁଅ ହୋଇ ବି ସେମାନେ ମୋତେ ଡାକିନଥିଲେ। ଯେଉଁଥିପାଇଁ ମୁଁ ଦଳ ଛାଡିଲି। ବାପାଙ୍କ ସପ୍ନ ଥିଲା ଯେ ନୂଆପଡ଼ାକୁ ଏକ ନମ୍ବର କରିବା। ତେଣୁ ବାପାଙ୍କ ସପ୍ନ ପୂରଣ କରିବାକୁ ବିଜେପିକୁ ଆସିଲି। ବିଜେଡିରେ ଏହା ସମ୍ଭବ ହୋଇ ନଥାନ୍ତା ବୋଲି କହିଛନ୍ତି ଜୟ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL