ଜ଼ିଲ୍ଲା ରାଜ୍ୟର ପ୍ରମୁଖ ସହର ସମ୍ବଲପୁର ସମ୍ବଲପୁର

ଘରବାରି କିସମ ଜମି ରେଜିଷ୍ଟ୍ରେସନ ପାଇଁ ଲୋକେ ହଟହଟା!

ଘରବାରି କିସମ ଜମି ରେଜିଷ୍ଟ୍ରେସନ ପାଇଁ ଲୋକେ ହଟହଟା!

ରେଙ୍ଗାଲି:ଡ଼ିସେମ୍ବର 9
(ଡ଼ଃ ନିବେଦିତା ନାଥ )

ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ତହସିଲ ଅଫିସ ରେ ଥିବା ସବ୍ ରେଜିଷ୍ଟ୍ରେସନ ଅଫିସ ରେ ଘରବାରି କିସମ ଜମି ରେଜିଷ୍ଟ୍ରେସନ କରିବା ସମୟ ରେ ଉଦ୍ଦେଶ୍ଯ ମୂଳକ ଭାବେ ଲୋକଙ୍କୁ ହଇରାଣ ହରକତ କରି ହନ୍ତସନ୍ତ କରାଯାଉଛି ବୋଲି ପ୍ରକାଶ ସାହୁ,ଆନନ୍ଦ ପଧାନ, ଅଲେଖ ସାହୁ ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ରୁ ପ୍ରକାଶ ଯେ ଘରବାରୀ କିସମ ଜମି ରେଜିଷ୍ଟ୍ରେସନ ସମୟରେ ତହସିଲଦାର ଆର୍.ଆଇ ଅମିନ୍ ରିପୋର୍ଟ ଦାଖଲ କରି ଦଳିଲ ରେଜିଷ୍ଟ୍ରେସନ ସମୟରେ ରେଜିଷ୍ଟ୍ରେସନ କ୍ଳର୍କ ଜୟନ୍ତ ଖମାରୀ ରେଜିଷ୍ଟ୍ରେସନ ପାଇଁ ମନା କରୁଛନ୍ତି। ଆମେ ତହସିଲଦାର, ସବ୍ ରେଜିଷ୍ଟ୍ରାର୍ ଆର୍ ଆଇ ଅମିନ ଙ୍କ ସହ ପୁଣି ତଦନ୍ତ କଲାପରେ ଯାଇ ରେଜିଷ୍ଟ୍ରେସନ ହେବ ବୋଲି ସେ କହୁଛନ୍ତି। ଏଥିଯୋଗୁ ଜନ ସାଧାରଣ ଅଯଥା ରେ ହଇରାଣ ଏବଂ ଖର୍ଚ୍ଚାନ୍ତ ହେବା ସହିତ ଜମି ରେଜିଷ୍ଟ୍ରେସନ ବିଳମ୍ବିତ ହେଉଛି। କୌଣସି ରେଜିଷ୍ଟ୍ରେସନ ଅଫିସ ରେ ଏଭଲି ନିୟମ ନଥିବା ବେଳେ ରେଙ୍ଗାଲି ସବ୍ ରେଜିଷ୍ଟ୍ରେସନ ଅଫିସ ରେ ଏଭଲି ନିୟମ ଜନସାଧାରଣ ଙ୍କୁ ଉଦ୍ଦେଶ୍ଯ ମୂଳକ ଭାବେ ହଇରାଣ କରିବା କରାଯାଉଛି। ତହସିଲଦାର ଆର୍.ଆଇ ଏବଂ ଅମିନ୍ ସ୍ପଟ୍ ଭେରିଫିକେସନ୍ ରିପୋର୍ଟ କୁ ଅନୁମୋଦନ କଲାପରେ ଜମି ରେଜିଷ୍ଟ୍ରେସନ ହେଉଥିବା ର ନିୟମ ଥିବା ବେଳେ ରେଜିଷ୍ଟ୍ରେସନ ଅଫିସ ର କିରାଣୀ ଉକ୍ତ ଭେରିଫିକେସନ ରିପୋର୍ଟ କୁ ଅଗ୍ରାହ୍ଯ କରି ପୁଣି ଭେରିଫିକେସନ କଲାପରେ ଯାଇ ରେଜିଷ୍ଟ୍ରେସନ ହେବ ବୋଲି କହୁଛନ୍ତି। ଏହି ପରିପ୍ରେକ୍ଷୀ ରେ ତହସିଲଦାର ଙ୍କ ଅନୁମୋଦନ ଲାଭ କରିଥିବା ଆର୍ ଆଇ ଅମିନ୍ ଙ୍କ ତଦନ୍ତ ରିପୋର୍ଟ ମୂଲ୍ଯହୀନ କି ବୋଲି ପ୍ରଶ୍ନ ହେଉଛି।
ଏସଂକ୍ରାନ୍ତ ରେ ରେଙ୍ଗାଲି ସବରେଜିଷ୍ଟ୍ରାର୍ ଦାୟିତ୍ବ ରେ ଥିବା ତହସିଲଦାର ତକ୍ଷକରାଜ ଭିତିରିଆ ଙ୍କୁ ପଚରା ଯିବାରୁ ସରକାର ଙ୍କ ନିୟମ ଅନୁସାରେ ଘରବାରୀ ରେଜିଷ୍ଟ୍ରେସନ ହେଉଛି। କିଛି ଲୋକ ଘରବାରୀ କିସମ ଜମି ରେ କୋଠାବାଡି,ବିଲଡିଂ ଆଦି କନଷ୍ଟ୍ରକସନ କାମ କରି ଟିକସ ଫାଙ୍କିବା ପାଇଁ ଏସବୁ କୁ ରେଜିଷ୍ଟ୍ରେସନ ସମୟରେ ଲୁଚାଉଛନ୍ତି। ସେଥିପାଇଁ ଘରବାରୀ ଜମି ରେଜିଷ୍ଟ୍ରେସନ ସମୟରେ ତହସିଲଦାର ସ୍ପଟ୍ ଭେରିଫିକେସନ କରିବାକୁ ଆଇଜିଆର୍ ଙ୍କ ନିର୍ଦ୍ଦେଶ ରହିଛି ବୋଲି ଶ୍ରୀ ଭିତିରିଆ କହିଛନ୍ତି।
ତେବେ ଏଠି ସବ୍ ରେଜିଷ୍ଟ୍ରାର୍ ଯିଏ ତହସିଲଦାର ବି ସିଏ। ତେଣୁ ପ୍ରଥମେ ତହସିଲଦାର ଅନୁମୋଦନ କରିଥିବା ଆର୍ ଆଇ ଅମିନ ରିପୋର୍ଟ କୁ ରେଜିଷ୍ଟ୍ରେସନ ଅଫିସ ର କିରାଣୀ ଜୟନ୍ତ ବାରିକ ଅଗ୍ରାହ୍ଯ କରିବା ପଛ ରେ କି ମହତ୍ ଉଦ୍ଦେଶ୍ଯ ରହିଛି ବୋଲି ଚର୍ଚ୍ଚା ହେଉଛି। ଏହାଛଡା ବିଗତ ଦିନରେ ଯେତେ ଘରବାରୀ କିସମ ଜମି ରେଜିଷ୍ଟ୍ରେସନ ହୋଇଛି ସମସ୍ତ ଜମି ର ସ୍ପଟ୍ ଭେରିଫିକେସନ ପାଇଁ ସବ୍ ରେଜିଷ୍ଟ୍ରାର ସ୍ପଟ୍ କୁ ଯାଇଛନ୍ତି ତ ବୋଲି ସଚେତନ ନାଗରିକ ମହଲ ରେ ପ୍ରଶ୍ନ ହେଉଛି।

LSadmin

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL