ଜ଼ିଲ୍ଲା ସାପ୍ତାହିକ

ଓଡ଼ିଶା ସମ୍ବନ୍ଧୀୟ ପ୍ରେସ ବିଜ୍ଞପ୍ତି

ଓଡ଼ିଶାରେ ସ୍ୱଦେଶ ଦର୍ଶନ ଏବଂ ପ୍ରସାଦ ଯୋଜନାର କାର୍ଯ୍ୟକାରିତା

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ସ୍ୱଦେଶ ଦର୍ଶନ ଯୋଜନାରେ ୨୦୧୫-୧୬ ଆର୍ଥିକ ବର୍ଷରେ ଓଡ଼ିଶାର ଗୋପାଳପୁର, ବରକୁଳ, ସାତପଡ଼ା ଓ ତାମ୍ପଡ଼ା ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ୭୦ କୋଟି ୮୨ ଲକ୍ଷ ଟଙ୍କା ମଞ୍ଜୁର କରିଛି। ସେହିପରି ପ୍ରସାଦ ଯୋଜନାରେ ପୁରୀରେ ଭିତ୍ତିଭୂମି ବିକାଶ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର କରିଥିଲା। ପର୍ଯ୍ୟଟନ ମନ୍ତ୍ରଣାଳୟ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନକୁ ଧାର୍ମିକ, ଆଧ୍ୟାତ୍ମିକ, ପ୍ରାକୃତିକ ଗୁରୁତ୍ୱ ବହନ କରୁଥିବା ପର୍ଯ୍ୟଟନ ସ୍ଥଳୀରେ ଭିତ୍ତିଭୂମି ବିକାଶ ଲାଗି କେନ୍ଦ୍ରୀୟ କ୍ଷେତ୍ର ଯୋଜନା ସ୍ୱଦେଶ ଦର୍ଶନ ଏବଂ ପ୍ରସାଦ ଜରିଆରେ ସହାୟତା ଯୋଗାଇ ଦେଇଥାଏ।

ପର୍ଯ୍ୟଟନ ମନ୍ତ୍ରଣାଳୟ ଦୀର୍ଘସ୍ଥାୟୀ ପର୍ଯ୍ୟଟନସ୍ଥଳୀ ବିକାଶ ଲକ୍ଷ୍ୟରେ ସ୍ୱଦେଶ ଦର୍ଶନ ଯୋଜନାର ସମ୍ପ୍ରସାରଣ କରି ସ୍ୱଦେଶ ଦର୍ଶନ ୨.୦ କାର୍ଯ୍ୟକାରୀ କରୁଛି । ଏହି ଯୋଜନା ଅନ୍ତର୍ଗତ କୋରାପୁଟ ଓ ଦେବ୍ରିଗଡ଼ ସମେତ ସ୍ୱତନ୍ତ୍ର ଆକର୍ଷଣ ଭାବେ ଖିଣ୍ଡା ଗ୍ରାମକୁ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରିବାକୁ ଲକ୍ଷ୍ୟ ରଖାଯାଇଛି ।

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍‌ ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି ।

ଓଡ଼ିଶାରେ ସଂସ୍କୃତି ମନ୍ତ୍ରଣାଳୟର ପଦକ୍ଷେପ

କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଜାତୀୟ ପାଠାଗାର ମିଶନ ଜରିଆରେ ଭୁବନେଶ୍ୱରସ୍ଥିତ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ଏବଂ ଗଞ୍ଜାମ ଜିଲ୍ଲା ପାଠାଗାରକୁ ଆର୍ଥିକ ସହାୟତା ମଞ୍ଜୁର କରିଛି ।

ଓଡ଼ିଶାର ରତ୍ନଗିରି, ଲଳିତଗିରି ଏବଂ କୋଣାର୍କ ଠାରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ତିନୋଟି କ୍ଷେତ୍ରୀୟ ସଂଗ୍ରହାଳୟ ରହିଥିବା ସଂସ୍କୃତି ମନ୍ତ୍ରଣାଳୟ ସୂଚନା ଦେଇଛି ।

ନୂଆଦିଲ୍ଲୀର ଲଳିତ କଳା ଏକାଡେମୀ ପକ୍ଷରୁ ୧୯୮୮ ମସିହା ଠାରୁ ଭୁବନେଶ୍ୱରରେ ଏକ ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହି କେନ୍ଦ୍ର ପକ୍ଷରୁ ଭିଜୁଆଲ ଆର୍ଟିଷ୍ଟ ମାନଙ୍କୁ ପ୍ରୋତ୍ସାହନ ଦେବା ଲାଗି ନିୟମିତ କଳା ଶିବିର/କର୍ମଶାଳା/ପ୍ରଦର୍ଶନ/କଳା ମହୋତ୍ସବ ଆୟୋଜନ କରିଆସୁଛି ଏଥିରେ ଓଡ଼ିଶା ସମେତ ସାରା ଭାରତରୁ କଳାକାରମାନେ ଅଂଶଗ୍ରହଣ କରିଥା’ନ୍ତି।

ମୂଳ ଯୋଜନା କଳା ସଂସ୍କୃତି ବିକାଶ ଯୋଜନା ଅନ୍ତର୍ଗତ ଗୁରୁ ଶିଷ୍ୟ ପରମ୍ପରା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରଯୋଜନା ଅନୁଦାନ, ଜାତୀୟ ଉପସ୍ଥିତି ଥିବା ସାଂସ୍କୃତିକ ସଂଗଠନଗୁଡ଼ିକ ଆର୍ଥିକ ସହାୟତା, ଷ୍ଟୁଡିଓ ଥିଏଟର ସମେତ ନିର୍ମାଣ ଅନୁଦାନ, କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସ୍କଲାରସିପ୍‌ ଓ ଫେଲୋସିପ୍‌ ଯୋଜନା, ବରିଷ୍ଠ କଳାକାରଙ୍କ ପାଇଁ ଆର୍ଥିକ ସହାୟତା ଆଦି ଜରିଆରେ ସଂସ୍କୃତି ମନ୍ତ୍ରଣାଳୟ ସହାୟତା ଯୋଗାଇ ଦେଉଛି ।

ବିଦ୍ୟାଳୟଗୁଡ଼ିକରେ ସାଂସ୍କୃତିକ କ୍ଲବ୍‌ ପ୍ରତିଷ୍ଠା ପାଇଁ ସାଂସ୍କୃତିକ ସମ୍ବଳ ଓ ତାଲିମ କେନ୍ଦ୍ର (ସିସିଆରଟି) ପଦକ୍ଷେପ ନେଇଛି। ସାଂସ୍କୃତିକ କ୍ଲବ ବିଦ୍ୟାର୍ଥୀମାନଙ୍କୁ ଏକ ସାମୂହିକ ସ୍ୱର ଉତ୍ତୋଳନ କରିବା ପାଇଁ ଏକ ମାଧ୍ୟମ ପ୍ରଦାନ କରିଥାଏ ଯାହା ପ୍ରଚଳିତ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏକ ସ୍ୱାଗତଯୋଗ୍ୟ, ଯତ୍ନଶୀଳ, ଉତ୍ସବପ୍ରିୟ ଜନ ସମୁଦାୟକୁ ପ୍ରୋତ୍ସାହିତ କରିବାରେ ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିଥାଏ। ଓଡ଼ିଶାରେ ସିସିଆରଟି ଦ୍ୱାରା ୧୩୪ଟି ସାଂସ୍କୃତିକ କ୍ଲବ୍‌ ପ୍ରତିଷ୍ଠା କରାଯାଇଛି ।

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଆଜି ରାଜ୍ୟସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଉପରୋକ୍ତ ସୂଚନା ଦେଇଛନ୍ତି।

Tag:

LSadmin

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL