ଜାତୀୟ

ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମକୁ ନିୟନ୍ତ୍ରଣ କରୁଥିବା ପ୍ରଚଳିତ ଆଇନକୁ ସୁଦୃଢ଼ କରିବା ଓ ସାମାଜିକ ସହମତି ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ

ପାରମ୍ପରିକ ଗଣମାଧ୍ୟମ ସମ୍ପାଦକୀୟ ସମୀକ୍ଷା ଉତ୍ତରଦାୟିତ୍ୱ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି, ଯାହା ସୋସିଆଲ ମିଡିଆ ଯୁଗରେ ଦେଖିବାକୁ ମିଳୁନାହିଁ : ଶ୍ରୀ ଅଶ୍ୱିନୀ ବୈଷ୍ଣବ

 

କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳବାଇ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମକୁ ନିୟନ୍ତ୍ରଣ କରୁଥିବା ପ୍ରଚଳିତ ଆଇନଗୁଡ଼ିକୁ ସୁଦୃଢ଼ କରିବାର ଜରୁରୀ ଆବଶ୍ୟକତା ରହିଛି।

ସମ୍ପାଦକୀୟ ଯାଞ୍ଚଠାରୁ ଆରମ୍ଭ କରି ଅନିୟନ୍ତ୍ରିତ ଅଭିବ୍ୟକ୍ତି ପର୍ଯ୍ୟନ୍ତ

ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମେ ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମର ଯୁଗରେ ବାସ କରୁଛୁ । ତେବେ ଗଣତାନ୍ତ୍ରିକ ଅନୁଷ୍ଠାନ ଓ ଗଣମାଧ୍ୟମର ପାରମ୍ପରିକ ରୂପ, ଯେଉଁମାନେ ଏକଦା ସମ୍ପାଦକୀୟ ଯାଞ୍ଚ ଉପରେ ନିର୍ଭର କରି ବିଷୟବସ୍ତୁର ଉତ୍ତରଦାୟିତ୍ୱ ଓ ଶୁଦ୍ଧତା ସୁନିଶ୍ଚିତ କରୁଥିଲେ, ତାହା ସମୟ କ୍ରମେ ହ୍ରାସ ପାଇବାରେ ଲାଗିଛି। ସେ କହିଛନ୍ତି ଯେ ଗଣମାଧ୍ୟମର ସ୍ୱାଧୀନତା ପାଇଁ ସୋସିଆଲ ମିଡିଆ ଏକ ମଞ୍ଚ ପାଲଟିଛି, କିନ୍ତୁ ସମ୍ପାଦକୀୟ ତଦାରଖ ଅଭାବରୁ ଏହା ଅନିୟନ୍ତ୍ରିତ ଅଭିବ୍ୟକ୍ତିର ଏକ ସ୍ଥାନରେ ପରିଣତ ହୋଇଛି, ଯେଉଁଥିରେ ପ୍ରାୟତଃ ଅଶ୍ଳୀଳ ବିଷୟବସ୍ତୁ ରହୁଛି।

କଠୋର ଆଇନ ଉପରେ ସହମତି

 

ଭାରତ ଏବଂ ଏହି ପ୍ଲାଟଫର୍ମ ଉତ୍ପତି ହୋଇଥିବା ଭୌଗଳିକ କ୍ଷେତ୍ର ମଧ୍ୟରେ ଭିନ୍ନ ଭିନ୍ନ ସାଂସ୍କୃତିକ ଭିନ୍ନତାକୁ ସ୍ୱୀକାର କରି ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତର ସାଂସ୍କୃତିକ ସମ୍ବେଦନଶୀଳତା ଏହି ପ୍ଲାଟଫର୍ମ ଉତ୍ପତି ହୋଇଥିବା ସ୍ଥାନ ଠାରୁ ବହୁତ ଭିନ୍ନ। ତେଣୁ ଭାରତ ପାଇଁ ପ୍ରଚଳିତ ଆଇନକୁ ଅଧିକ କଠୋର କରିବା ଜରୁରୀ ହୋଇପଡିଛି । ଏହି ପ୍ରସଙ୍ଗରେ ସାଧାରଣ ସହମତି ସୃଷ୍ଟି କରିବାକୁ ସେ ଅନୁରୋଧ କରିଛନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ପ୍ରାଥମିକତା ଭିତ୍ତିରେ ଗ୍ରହଣ କରିବାକୁ ସଂସଦୀୟ ସ୍ଥାୟୀ କମିଟିକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହି ଆହ୍ୱାନର ମୁକାବିଲା ପାଇଁ ସାମାଜିକ ସହମତି ରହିବା ସହ କଠୋର ଆଇନ ମଧ୍ୟ କରାଯିବା ଦରକାର ବୋଲି ସେ କହିଛନ୍ତି।

LSadmin

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL