ଜାତୀୟ

ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ସ୍ଥିତି ଉତ୍କଟ, ଛୋଟ ପିଲାଙ୍କ ସ୍କୁଲ ଛୁଟି

ନୂଆଦିଲ୍ଲୀ: ଉତ୍ତର ଭାରତରେ ପ୍ରଚଣ୍ଡ ଶୀତ ଲହରୀ ଜାରି ରହିଛି। ଦିନକୁ ଦିନ ତାପମାତ୍ରା ଯେତିକି କମୁଛି ବାୟୁ ଗୁଣବତ୍ତା ମଧ୍ୟ ଖରାପ ହେବାରେ ଲାଗିଛି। ବିଶେଷକରି ଦିଲ୍ଲୀ-ଏନସିଆରରେ ପ୍ରଦୂଷଣର ମାତ୍ରା ଖରାପ ସ୍ଥିତିକୁ ଯାଉଛି। ପିଲାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦକୁ ଆଖି ଆଗରେ ରଖି ସରକାର ସ୍କୁଲ ବନ୍ଦ ନିଷ୍ପତି ନେଇଛନ୍ତି । ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ‘ଗମ୍ଭୀର ପ୍ଲସ୍’ ବର୍ଗରେ ପହଞ୍ଚିଛି। ପରିସ୍ଥିତିକୁ ଦେଖି ସରକାର ଗ୍ରାଫ୍ ଷ୍ଟେଜ୍ ୪ ଲାଗୁ କରିଛନ୍ତି। ଯାହା ପ୍ରଦୂଷଣ ନିୟନ୍ତ୍ରଣର ସବୁଠାରୁ କଠୋର ସ୍ତର। ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବନ୍ଦ ରହିବ।

ଷଷ୍ଠରୁ ଏକାଦଶ ଶ୍ରେଣୀ ପାଠପଢା ହାଇବ୍ରିଡ୍ ମୋଡ୍‌ରେ ହେବ, ଅର୍ଥାତ୍ ଛାତ୍ରମାନେ ଚାହିଁଲେ ଅନଲାଇନରେ ମଧ୍ୟ କ୍ଲାସ କରିପାରିବେ। ସେହିପରି ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ଶାରୀରିକ କ୍ଲାସ ବାଧ୍ୟତାମୂଳକ ରହିବ। କିନ୍ତୁ ପାଠ୍ୟକ୍ରମ ବହିର୍ଭୁତ କାର୍ଯ୍ୟକଳାପ ଉପରେ ସମ୍ପୂର୍ଣ୍ଣ ବନ୍ଦ ରହିବ। ସେହି ସମୟରେ, ଦିଲ୍ଲୀ କାର୍ଯ୍ୟାଳୟଗୁଡ଼ିକ ରାସ୍ତାରେ ଯାନବାହାନ ସଂଖ୍ୟା ହ୍ରାସ କରିବା ଏବଂ ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ୫୦ ପ୍ରତିଶତ ସହିତ ଘରୁ କାମ କରିବା ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL