ଜାତୀୟ

ବିଏମସି ନିର୍ବାଚନରେ ଏକୁଟିଆ ଲଢ଼ିବ କଂଗ୍ରେସ, ଖୁବଶୀଘ୍ର ଜାରି ହେବ ଘୋଷଣାପତ୍ର

ମୁମ୍ବଇ: ବ୍ରିହନମୁମ୍ବଇ ମହାନଗର ନିଗମ(ବିଏମସି) ନିର୍ବାଚନରେ ଏକୁଟିଆ ଲଢ଼ିବ କଂଗ୍ରେସ। ମହାରାଷ୍ଟ୍ର କଂଗ୍ରେସ ପ୍ରଭାରୀ ରମୋ ଚେନ୍ନିଥଲା ଶନିବାର ଏହା ସ୍ପଷ୍ଟ କରିଛନ୍ତି। ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ନିର୍ବାଚନ ମଇଦାନକୁ ଓହ୍ଲାଇବ। ଦଳ ଖୁବଶୀଘ୍ର ନିଜର ଘୋଷଣାପତ୍ର ଜାରି କରିବ।

ଚେନ୍ନିଥଲା କହିଛନ୍ତି ଯେ, ବିଏମସିରେ ହୋଇଥିବା ଭ୍ରଷ୍ଟାଚାରକୁ ନେଇ ଏକ ଚାର୍ଜଶିଟ୍‌ ଜନତାଙ୍କ ସମ୍ମୁଖରେ ରଖାଯିବ। ମୁମ୍ବଇର ବିକାଶ ଯେପରି ହେବା ଆବଶ୍ୟକ ସେପରି ହୋଇନାହିଁ। ଏଥିପାଇଁ କିଏ ଦାୟୀ ତାହା ଜନତା ଭଲ ଭାବେ ଜାଣିଛନ୍ତି।

ସେ ଆହୁରି କହିଥିଲେ ଯେ, ବିଏମସି ନିର୍ବାଚନ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପରେ ଦଳ ନିର୍ବାଚନୀ ପ୍ରସ୍ତୁତିକୁ ନେଇ ଆଲୋଚନା କରିଛି। ତୃଣମୂଳସ୍ତରରେ ସଂଗଠନକୁ ମଜଭୁତ କରାଯାଉଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL