ଓଡ଼ିଶା

ନବମ ଶ୍ରେଣୀ ଛାତ୍ର ପାଖରେ ବନ୍ଧୁକ: ମାମଲା ରୁଜୁ କରି ହେପାଜତକୁ ନେଲା ପୁଲିସ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟର ଜନୈକ ନବମ ଶ୍ରେଣୀ ଛାତ୍ରଠାରୁ ଏକ ବନ୍ଧୁକ ଜବତ ହୋଇଛି। ଖବରନେବାରେ ଜଣାଯାଇଛି ଯେ, ବିଜ୍ଞାନ ଶିକ୍ଷକ ଶ୍ରେଣୀରେ ଶିକ୍ଷାଦାନ ଶେଷ କରି ବାହାରୁଥିବା ସମୟରେ ସମ୍ପୃକ୍ତ ଛାତ୍ର ଏକ ବନ୍ଧୁକ ବାହାର କରିଥିବା ଦେଖିଥିଲେ। ତତ୍‌‌ପରେ ଶିକ୍ଷକ ଉକ୍ତ ଛାତ୍ରଠାରୁ ବନ୍ଧୁକ ଆଣି ପ୍ରଧାନ ଶିକ୍ଷକଙ୍କ ନିକଟରେ ତାକୁ ହାଜର କରିଥିଲେ। ପ୍ରଧାନ ଶିକ୍ଷକ ଏହି ଘଟଣା ବିଷୟରେ ବ୍ଲକ ଶିକ୍ଷାଧିକାରୀଙ୍କ ସହିତ ପରାମର୍ଶ କରିଥିଲେ। ବ୍ଲକ ଶିକ୍ଷାଧିକାରୀ ଛାତ୍ରକୁ ପୁଲିସ୍‌‌କୁ ହସ୍ତାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ତତ୍‌‌ପରେ ପ୍ରଧାନ ଶିକ୍ଷକ ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ କୁଦାନଗରୀ ଥାନା ପୁଲିସ୍‌‌କୁ ଡାକିଥିଲେ। ପୁଲିସ ବନ୍ଧୁକ ଜବତ କରିବା ସହ ମାମଲା ରୁଜୁ କରି ଛାତ୍ରକୁ ନିଜ ହେପାଜତକୁ ନେଇଛି ବୋଲି ତଦନ୍ତ ଅଧିକାରୀ କୈଳାସ ପରିଡ଼ା କହିଛନ୍ତି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL