ଓଡ଼ିଶା

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା ଆରମ୍ଭ

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍‌ (ଓସିଏସ)ର ମୁଖ୍ୟ ଲିଖିତ ପରୀକ୍ଷା ଆସନ୍ତାବର୍ଷ ଜାନୁଆରୀ ୩୧ ଠାରୁ ଆରମ୍ଭ ହୋଇ ଫେବୃଆରୀ ୧୦ ଯାଏଁ ଚାଲିବ। ଏଥିରେ ମୋଟ ୨୪୦୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପୂବାହ୍ଣ ୯ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୫ଟା ଯାଏଁ ଦୁଇଟି ସିଟିଂରେ ପରୀକ୍ଷା କରାଯିବ। ପ୍ରତି ବିଷୟର ପରୀକ୍ଷା ଗୋଟିଏ ଦିନ ବ୍ୟବଧାନରେ ହେବ। ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ଏକ ଘଣ୍ଟ ସମୟ ମିଳିବ। ତେବେ ପରୀକ୍ଷାର୍ଥୀ ପରୀକ୍ଷାର ୭ଦିନ ପୂର୍ବରୁ ଆଡମିଟ୍‌ କାର୍ଡ ଓପିଏସ୍‌ସି ୱେବ୍‌ସାଇଟ୍‌ରୁ ପାଇପାରିବେ। ଏନେଇ ଓପିଏସ୍‌ସି ପକ୍ଷରୁ ଗୁରୁବାର ପରୀକ୍ଷା ସୂଚୀର ବିଜ୍ଞପ୍ତି ପ୍ରକାଶ ପାଇଛି। ​
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ଦ୍ବାରା ଗ୍ରୁପ ଏ’ ଏବଂ ଗ୍ରୁପ ବି ବର୍ଗର ୨୦୦ ପ୍ରଶାସନିକ ପଦ ପୂରଣ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ଏହି ନିଯୁକ୍ତି ପରୀକ୍ଷା ନିମନ୍ତେ ଓପିଏସ୍‌ସି ବିଜ୍ଞପ୍ତି ପ୍ରକାଶ କରିଥିଲା। ଅକ୍ଟୋବର ୧୨ରେ ପ୍ରିଲିମନାରୀ ପରୀକ୍ଷା ହୋଇଥିବାବେଳେ ପାଖାପାଖି ଏକ ଲକ୍ଷ ଆଶାୟୀ ପରୀକ୍ଷା ଦେଇଥିଲେ। ପ୍ରିଲିମନାରୀ ପରୀକ୍ଷା ଫଳ ନଭେମ୍ବର ୬ରେ ପ୍ରକାଶ ପାଇଥିଲା। ମୋଟ ୨୪୦୫ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ଏଥିରେ ୧୬୨୪ ପୁରୁଷ ଏବଂ ୭୮୧ ମହିଳା ପ୍ରାର୍ଥୀ ରହିଛନ୍ତି। କୃତି ପରୀକ୍ଷାର୍ଥୀ ଆସନ୍ତାବର୍ଷ ଜାନୁଆରୀ ୩୧ରୁ ମୁଖ୍ୟ ଲିଖିତ ପରୀକ୍ଷା ଦେବେ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL