ଓଡ଼ିଶା

ହାତୀ ମୃତ୍ୟୁ ରୋକିବାରେ ସରକାର ବିଫଳ, ଦେଢ଼ ବର୍ଷରେ ମଲେଣି ୧୩୬

ଭୁବନେଶ୍ବର: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର ବିଫଳ ହୋଇଛନ୍ତି। ମଙ୍ଗଳବାର ବିଧାନସଭାରେ ସରକାରଙ୍କ ଦ୍ବାରା ପ୍ରଦତ୍ତ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। ବିଗତ ଦେଢ଼ ବର୍ଷ ମଧ୍ୟରେ ରାଜ୍ୟରେ ୧୩୬ ହାତୀ ପ୍ରାଣ ହରାଇଥିବା ସରକାର ମାନିଛନ୍ତି।

ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାନସଭାରେ ମଙ୍ଗଳବାର ଦେଇଥିବା ଲିଖିତ ଉତ୍ତରରେ ଦର୍ଶାଇଛନ୍ତି ଯେ, ଗତ ଦେଢ଼ ବର୍ଷ ମଧ୍ୟରେ ରାଜ୍ୟରେ ଶିକାରୀ ଦ୍ବାରା ୪ଟି, ଲୋକଙ୍କ ପ୍ରତିଶୋଧ ପରାୟଣତା ପାଇଁ ୪ଟି, ବିଦ୍ୟୁତ ଆଘାତରେ ୪୨ଟି, ଟ୍ରେନ ଧକ୍କାରେ ୪ଟି, ରୋଗଦ୍ବାରା ୩୧ଟି, ଅନ୍ୟାନ୍ୟ ପ୍ରାକୃତିକ କାରଣ ଦ୍ବାରା ୩୧ ହାତୀ ମୃତ୍ୟୁବରଣ କରିଛନ୍ତି। ୨୦ଟି ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ହାତୀ ମୃତ୍ୟୁରେ ସଂଶ୍ଲିଷ୍ଟ ୯୨ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଉପରୋକ୍ତ ସମସ୍ତ ମାମଲାର ସ୍ଥିତିକୁ ନିୟମିତ ଭାବରେ ତଦାରଖ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL