ଓଡ଼ିଶା

ଦନ୍ତା ଆକ୍ରମଣରେ ଦୁଇ ମୃତ

ଦେବଗଡ : ଦେବଗଡ ବନଖଣ୍ଡ ରିଆମାଳ ଓ ଛେଣ୍ଡିପଦା ବନାଞ୍ଚଳ ଜୁରାଡଙ୍ଗା ଗାଁରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଗୋଠ ଛଡା ଦନ୍ତା ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ କୁଞ୍ଜ ଦେହୁରୀ (୬୨) ଏବଂ ରଜନୀ ବେହେରା (୪୫) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଆଜି ସକାଳୁ ଉଭୟ ଶୌଚ ପାଇଁ ଯାଇଥିବାବେଳେ ହଠାତ୍ ଏକ ଗୋଠଛଡା ଦନ୍ତା ହାତୀ ଜଙ୍ଗଲରୁ ଆସି ତାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ କୁଞ୍ଜଙ୍କର ମୃତ୍ୟୁ ଘଟିଥିବାବେଳେ ରଜନୀଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ରଜନୀଙ୍କର ମୃତ୍ୟୁ ଘଟିଥିଲା। ହାତୀ ଆତଙ୍କ ଯୋଗୁଁ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଥିବାବେଳେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL