ଜାତୀୟ

ଶ୍ରୀଲଙ୍କାକୁ ରିଲିଫ ପଠାଇବା ଲାଗି ପାକିସ୍ତାନ ପାଇଁ ଆକାଶମାର୍ଗ ଖୋଲିଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଆକାଶମାର୍ଗ ଖୋଲିଲା ଭାରତ। ଅପରେସନ ସିନ୍ଦୂର ସମୟରେ ଭାରତ ଆକାଶମାର୍ଗକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରିଦେଇଥିଲା। ହେଲେ ବାତ୍ୟା ଦ୍ବାରା କ୍ଷତିଗ୍ରସ୍ତ ଶ୍ରୀଲଙ୍କାକୁ ରିଲିଫ ପଠାଇବା ଲାଗି ଆକାଶମାର୍ଗ ଅନୁମତି ପ୍ରଦାନ ପାଇଁ ପାକିସ୍ତାନ ଅନୁରୋଧ କରିଥିଲା। ମାନବତା ଦୃଷ୍ଟିରୁ ଭାରତ ପକ୍ଷରୁ ତୁରନ୍ତ ଏ ଦିଗ​‌ରେ ନିଷ୍ପତ୍ତି ନିଆଯାଇ ଅନୁମତି ଦିଆଯାଇଥିଲା। ଯାହାଫଳରେ ପାକିସ୍ତାନୀ ବିମାନ ରିଲିଫ ସାମଗ୍ରୀ ନେଇ ଶ୍ରୀଲଙ୍କାରେ ପହଞ୍ଚିଥିଲା।

ସୋମବାର ଅପରାହ୍ନ ପ୍ରାୟ ୧ଟାରେ ପାକିସ୍ତାନ ପକ୍ଷରୁ ଆକାଶମାର୍ଗରେ ବିମାନ ଚଳାଚଳ ପାଇଁ ଅନୁମତି ଲୋଡ଼ାଯାଇ ଭାରତକୁ ଚିଠି କରାଯାଇଥିଲା। ଅପରାହ୍ନ ପ୍ରାୟ ୫ଟା ୩୦ରେ ଭାରତ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିଲା।

ତେବେ ଏହା ସତ୍ବେ ପାକିସ୍ତାନ ଏହାର ପ୍ରକୃତିରେ ପରିବର୍ତ୍ତନ ଆଣିନାହିଁ। ଭାରତ ଆକାଶମାର୍ଗ ଖୋଲିଥିବା ସତ୍ବେ ପାକିସ୍ତାନର କିଛି ଗଣମାଧ୍ୟମ ଭାରତ ବିରୋଧରେ ଅପପ୍ରଚାର କରିଛନ୍ତି। ଭାରତ ଆକାଶମାର୍ଗ ଅନୁମତି ଦେଲା ନାହିଁ ବୋଲି ସେମାନେ ମିଥ୍ୟା ପ୍ରଚାର କରିଛନ୍ତି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL