ଜାତୀୟ

ଦୁଇ ବସ ମୁହାଁମୁହିଁ: ୭ ମୃତ, ୪୦ ଆହତ

ତାମିଲନାଡୁ: ତାମିଲନାଡୁରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ସରକାରୀ ବସ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ତାମିଲନାଡୁର ଶିବଗଙ୍ଗା ଜିଲା ଅନ୍ତର୍ଗତ ତିରୁପାଟ୍ଟୁର ନିକଟରେ ଏହି ଦୁର୍ଘଟଣା ଘଟିଥିବା ଏସପି ଶିବ ପ୍ରସାଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପୁଲିସ ସୂଚନା ଅନୁସାରେ, ଗୋଟିଏ ବସ କରାଇକୁଡ଼ି ଅଭିମୁଖେ ଯାଉଥିବା ସମୟରେ ଅନ୍ୟଟି ମଦୁରାଇ ଯାଉଥିଲା। ତିରୁପାଟ୍ଟୁର ନିକଟରେ ଦୁଇଟି ଯାକ ବସ ମୁହାଁମୁହିଁ ଧକ୍କା ହୋଇଥିଲେ। ଦୁର୍ଘଟଣା ପରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ଆହତମାନଙ୍କୁ ବସରୁ ଉଦ୍ଧାର କରିଥିଲେ। ଖବର ପାଇ ପୁଲିସ ପହଞ୍ଚି ଆମ୍ବୁଲାନ୍ସ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଥିବା କୁହାଯାଉଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL