ଓଡ଼ିଶା

ମହାନଦୀରୁ ଅଜଣା ଶିଶୁର ମୃତଦେହ ଉଦ୍ଧାର

କଟକ: କଟକ ମହାନଦୀର ଯୋବ୍ରା ଆନିକଟରୁ ଅଜଣା ଶିଶୁର ମୃତଦେହ ଉଦ୍ଧାର ହୋଇଛି। ଅଗ୍ନିଶମ ବାହିନୀର ଟିମ ପହଞ୍ଚି ଆନିକଟରେ ଭାସୁଥିବା ମୃତଦେହକୁ ଉଦ୍ଧାର କରିଛି। ଉଦ୍ଧାର ପରେ ଏହା ଏକ ଶିଶୁକନ୍ୟାର ମୃତଦେହ ବୋଲି ଜଣାପଡିଥିଲା। ଶିଶୁଟିର ବୟସ ୬ ମାସରୁ ୧ ବର୍ଷ ବୋଲି ଅନୁମାନ କରାଯାଉଛି। ଆଜି ସକାଳୁ ଆନିକଟର ୯୩ ନମ୍ବର ଗେଟ ତଳେ ଏକ ଅଜଣା ଶିଶୁର ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।
ଘଟଣା ସ୍ଥଳରେ ମାଲଗୋଦାମ ଥାନା ପୁଲିସ ଓ ଅଗ୍ନିଶମ ବିଭାଗର ଟିମ ପହଞ୍ଚି, ମୃତ ଶିଶୁକୁ ଉଦ୍ଧାର କରିବା ସହ ପୁଲିସକୁ ଜିମା ଦେଇଥିଲେ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL