ଓଡ଼ିଶା ରାଜନୀତି

ବିଜେଡିର ଅଣଦେଖା ମୃତ୍ୟୁର ଅନ୍ୟତମ କାରଣ

ନୂଆପଡା : ସ୍ବର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ ମର୍ମଭରା ଅଭିବ୍ୟକ୍ତି ଦେଇଛନ୍ତି। ବିଜେଡିକୁ ଟାର୍ଗେଟ୍‌ କରି ସେ କହିଛନ୍ତି, ସ୍ବାସ୍ଥ୍ୟ ଖରାପ ଥିଲା ବେଳେ ବିଜେଡି ନେତାମାନେ ପଚାରିଲେନି। ଫୋନ କଲେନି କି ହସ୍ପିଟାଲ ଚିକିତ୍ସା ନେଇ ବୁଝିଲେନି। ଅସୁସ୍ଥତା ବେଳେ ନିଜ ଦଳର ସପୋର୍ଟ ଆତ୍ମବଳ ବଢ଼ାଏ, କିନ୍ତୁ ତାହା କଲେନି।
ବିଜେଡିର ଅଣଦେଖା ମୃତ୍ୟୁର ଅନ୍ୟତମ କାରଣ ।

ସେ ଆହୁରି କହିଛନ୍ତି ୨୪ ବର୍ଷ ଦଳ ସହ ରହିବା ପରେ ସମ୍ବେଦନଶୀଳ ରାଜନୀତି ଠିକ୍‌ ନୁହେଁ। ବିଜେଡି ସ୍ଵର୍ଗତଃ ଢୋଲକିଆଙ୍କର ଫଟୋ ବ୍ୟବହାର ନକରୁ। ପୁଅ ଟଙ୍କା ନେଇ ଅନ୍ୟଦଳକୁ ଯିବା ଆରୋପ ମିଥ୍ୟା, ନୂଆପଡାର ବିକାଶ ପାଇଁ ମିଶିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଚାରଧାରାରେ ଅନୁପ୍ରାଣିତ ହୋଇ ମିଶିଛି। ଉତ୍ତରାଧିକାରୀ କିଏ ହେବ ପରିବାର ନିଷ୍ପତ୍ତି ନେବ, କୌଣସି ଦଳ ନୁହେଁ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL