ଓଡ଼ିଶା କଳା ଓ ସଂସ୍କୃତି

କାର୍ତ୍ତିକ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି: ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

ପୁରୀ : ମଙ୍ଗଳବାର ଥିଲା କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି। ଏହି ପରିପ୍ରେକ୍ଷୀରେ ମହାପ୍ରଭୁ ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଇଛନ୍ତି। ତ୍ରୟୋଦଶୀ ତିଥି ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଡ଼କିଆ ବା ତ୍ରିବିକ୍ରମ ବେଶ ସମ୍ପନ୍ନ ହୋଇଛି।

ହେଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଲାଗି ରହିଛି। ଚଳିତ ବର୍ଷ ଦ୍ୱାଦଶୀ ତିଥି କ୍ଷୟ ଯୋଗୁ ମହାପ୍ରଭୁଙ୍କ ବାଙ୍କଚୂଡ଼ ବେଶ ଅନୁଷ୍ଠିତ ହୋଇ ନ ଥିବାବେଳେ ତ୍ରୟୋଦଶୀ ତିଥିରେ ତ୍ରିବିକ୍ରମ ବେଶ ସମ୍ପନ୍ନ କରାଯାଇଥିଲା।

ବୁଧବାର କାର୍ତ୍ତିକ ପୂର୍ଣ୍ଣମୀ। ମହୋଦଧିରେ ଡଙ୍ଗା ଭସାଇ ଜଗା ଦର୍ଶନ ସହ ମହାପ୍ରସାଦ ସେବନ କରି କାର୍ତ୍ତିକ ବ୍ରତ ସମାପନ ଲାଗି ପୁରୀକୁ ଛୁଟି ଆସୁଛନ୍ତି ଭକ୍ତ।

ଏଭଳି ସ୍ଥିତିରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସାଙ୍ଗକୁ ଭିଡ଼ ନିୟନ୍ତ୍ରଣ ପୋଲିସ ପାଇଁ ପୁଣି ଏକ ବଡ଼ ଚ୍ୟାଲେଞ୍ଜ ରହିଛି। ଅନ୍ୟପକ୍ଷେ ଶ୍ରୀମନ୍ଦିରକୁ ଭିଆଇପି ଦର୍ଶନରେ ବ୍ରେକ ଦିଆଯାଇଛି। ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସହ ଶ୍ରୀମନ୍ଦିର ପ୍ରଶାସନ ମିଳିତ ଭାବେ ଶୃଙ୍ଖଳିତ ଦର୍ଶନ ଏବଂ ନୀତିକାନ୍ତି ସଞ୍ଚାଳନକୁ ଗୁରୁତ୍ୱ ଦେଇଛନ୍ତି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL