ଓଡ଼ିଶା ଭୁବନେଶ୍ୱର

ଚନ୍ଦକାରୁ ନରକଙ୍କାଳ ଉଦ୍ଧାର ଘଟଣା: ବାପା-ପୁଅ ଗିରଫ

ଭୁବନେଶ୍ୱର: ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ଏହି ନରକଙ୍କାଳ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କର। ତାଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦିଆଯାଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏହା ସହିତ ଏହି ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବାପା-ପୁଅ। ଅଭିଯୁକ୍ତଙ୍କୁ ପୁଲିସ ଘଟଣାସ୍ଥଳକୁ ନେଇ କ୍ରାଇମସିନ୍‌ ରିକ୍ରିଏସନ କରିଛି। ଏ ନେଇ ପୁଲିସ କମିଶନର ଏସ. ଦେବଦତ୍ତ ସିଂହ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ମାସକ ତଳେ ପିତାଗାଡ଼ିଆ ପାଟଣାର ଜଣେ ୭୦ ବର୍ଷୀୟ ବୃଦ୍ଧ ବଳରାମ ଦେଓଗାମ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଜବତ ହୋଇଥିବା ନରକଙ୍କାଳଟି ବଳରାମଙ୍କର ବୋଲି ପୁଲିସ ସ୍ପଷ୍ଟ କରିଛି। ଗୁଣି ସନ୍ଦେହରେ ବଳରାମଙ୍କୁ ହତ୍ୟା କରାଯାଇଥିବା ପୁଲିସ କହିଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL